ଜମ୍ମୁ-କାଶ୍ମୀରରେ ସେନା- ଆତଙ୍କବାଦୀ ମୁହାଁମୁହିଁ । ଅନନ୍ତନାଗ, ବାନ୍ଦିପୋରାରେ ୨ ଆତଙ୍କବାଦୀ ନିହତ, ଅପରେସନ୍ ଜାରି

111

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା ଓ ଜମ୍ମୁ-କାଶ୍ମର ପୋଲିସର ମିଳିତ ଅପରେସନ୍ ଜାରି ରହିଛି । ଆଜି ସକାଳୁ ଅନନ୍ତନାଗ, ବାନ୍ଦିପୋରାରେ ସେନାର ଆକ୍ରମଣରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିବା ଖବର ରହିଛି । ଏହି ଦୁଇ ଇଲାକାରେ ସେନା ଓ ପୋଲିସର ଅପରେସନ୍ ଜାରି ରହିଛି । ପିସ୍ତଲ ସହ ଗ୍ରିନେଡ୍ ମଧ୍ୟ ଜବତ କରିଛି ସେନା । ତେବେ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର-ଇ-ତୋଇବାର ଇମତିଆତ୍ ମହମ୍ମଦ ବୋଲି ଚିହ୍ନଟ କରାଯାଇଛି, ନିକଟରେ ଶାହଗୁଣ୍ଡରେ ହୋଇଥିବା ଗଣହତ୍ୟାରେ ଏହି ଆତଙ୍କବାଦୀର ହାତ ଥିବା ସେନା ସୂଚନା ଦେଇଛି ।ବାନ୍ଦିପୋରାରେ ଏହା ସେନାର ଲଗାତାର ଦ୍ୱିତୀୟ ଅପରେସନ୍ । ଏହା ପୂର୍ବରୁ କୋକରନାଗରେ ମଧ୍ୟ ଜଣେ ଆତଙ୍କବାଦୀକୁ ନିପାତ କରିବା ସହ ଅନେକ ମାରଣାସ୍ତ୍ର ଜବତ କରିଥିଲା ସେନା ।

ଏବେ ଜମ୍ମୁ-କାଶ୍ମୀରରେ ସିଲେକ୍ଟିଭ୍ କିଲିଙ୍ଗ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଜମ୍ମୁ-କାଶ୍ମୀରର ଗୁଇନ୍ଦା ବିଭାଗ ଓ ସୁରକ୍ଷା ଏଜେନ୍ସିକୁ ଏଠିକାର ଆତଙ୍କବାଦୀଙ୍କ ସକ୍ରିୟତା ଉପରେ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।