କନକ ବ୍ୟୁରୋ : ପ୍ରତିକୁଳ ପରିବେଶରେ ମାଓ ଅପରେଶନ। ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ପିଇଉଛନ୍ତି ଯବାନ । ସାମନାକୁ ଆସିଲା ମାଓ ଅପରେଶନର ସଂଘର୍ଷର ଚିତ୍ର । ପ୍ରତିକୁଳ ପରିବେଶରେ କେମିତି ଘଞ୍ଚ ଜଙ୍ଗଲରେ ଅପରେଶନ ହୁଏ ତାର ଚିତ୍ର ଦେଖିବାକୁ ମିଳିଛି ।  ଏ ଦୃଶ୍ୟ ଯବାନଙ୍କ କଠିନ ପରିଶ୍ରମର ଉଦାହରଣକୁ ଦର୍ଶାଇଛି ।  ଯବାନମାନେ ନଇ ନାଳ ଦେଇ ଅପରେସନ ସାରି ନିଜ କ୍ୟାମ୍ପକୁ ଫେରୁଥିବାର ଦୃଶ୍ୟ ସେନା ଯବାନଙ୍କ କଠିନ ପରିଶ୍ରମ ଓ ଦେଶ ପାଇଁ ମନରେ ଥିବା ଭକ୍ତିକୁ ପ୍ରମାଣ କରୁଛି ।

Advertisment

କେବଳ ଏତିକି ନୁହେଁ ସାଥିରେ ମହିଳା ମାଓବାଦୀଙ୍କ ଶବ କାନ୍ଦେଇ ନଇ ନାଳ ଅତିକ୍ରମ କରୁଥିବାର ଦୃଶ୍ୟ ବି ସାମ୍ନାକୁ ଆସିଛି । ବର୍ଷା ପାଣିରୁ ପିଇବା ପାଣି ସଂଗ୍ରହ କରିଥାନ୍ତି ଆମ ଯବାନ । ଅପରେଶନ ସମୟରେ ଯେତେବେଳେ ପିଇବା ପାଇଁ ପାଣି ନ ଥାଏ,  ଠିକ୍ ସେତିକି ବେଳେ ପଲିଥିନରେ ବର୍ଷା ପାଣି ସଂଗ୍ରହ କରି ଯବାନମାନେ ସେଇ ପାଣି ବୋତଲରେ ଭର୍ତି କରି ପିଉଛନ୍ତି ଯବାନ । ଗତକାଲି ଛତିଶଗଡ କାଙ୍କେର ଜିଲ୍ଲା ଛେଟେବେଟିଆ ଥାନା ବିନାଗୁଣ୍ଡା ଜଙ୍ଗଲରେ ଡିଆରଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଥିଲା।  ଆଉ ଘଟଣା ସ୍ଥଳରୁ ଜଣେ ମହିଳା ମାଓବାଦୀଙ୍କ ଶବ ଓ ଗୁଳି ବନ୍ଧୁକ ଯବତ ହୋଇଥିଲା ।