ଆସନ୍ତା ଅପ୍ରେଲ୍ ୫ ରୁ ୧୬ ପର୍ଯ୍ୟନ୍ତ ଆୟୋଜିତ ହେବ ବିଶାଳ ଆର୍ମି ନିଯୁକ୍ତି ମେଳା : ପାରାଦ୍ୱିପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ହେବ ଆୟୋଜନ ।

1,476

ଆସନ୍ତା ଅପ୍ରେଲ୍ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦ୍ୱିପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । ୧୦ ଟି ଜିଲ୍ଲା ଯଥା କଟକ , ମୟୁରଭଞ୍ଜ , କେନ୍ଦ୍ରାପଡା, ଜଗତସିଂହପୁର,ନୟାଗଡ଼,ବାଲେଶ୍ୱର , ଖୋର୍ଦ୍ଧା ,ଯାଜପୁର , ପୁରୀ ଓ ଭଦ୍ରକ ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଏହି ନିଯୁକ୍ତି ମେଳାରେ ଅଂଶଗ୍ରହଣ କରିପାରିବେ । ଇଚ୍ଛୁକ ପ୍ରାର୍ଥୀମାନେ ନିଯୁକ୍ତି ମେଳାରେ ଭାଗ ନେବା ପାଇଁ ଅନଲାଇନ୍ ଯୋଗେ ଆବେଦନ କରିପାରିବେ ।

ପ୍ରାର୍ଥୀମାନେ www.joinindianarmy.nic.in ୱେବସାଇଟରେ ନିଜର ନାମ ପଞ୍ଜୀକରଣ କରିବେ । ଫେବୃୟାରି ୮ ତାରିଖରୁ ମାର୍ଚ୍ଚ ୨୩ ତାରିଖ ଭିତରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଚାଲୁ ରହିବ ବୋଲି ଆର୍ମି ପକ୍ଷରୁ ଜଣାଇ ଦିଆଯାଇଛି । ଏହି ଆର୍ମି ନିଯୁକ୍ତି ମେଳାରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପୁର୍ଣ୍ଣ ସ୍ୱଚ୍ଛତାର ସହ ଅଟୋମେଟିକ୍ ପଦ୍ଧତିରେ ପରିଚାଳିତ ହେବ । ପରୀକ୍ଷାରେ ଲିଖିତ , ଶାରୀରିକ ଓ ମେଡିକାଲ୍ ଟେଷ୍ଟରେ କୌଣସି ମଧ୍ୟସ୍ଥି ସହାୟତା କରିପାରିବେ ନାହିଁ । ତେଣୁ ଦଲାଲ୍ , ଟାଉଟର୍ ବା ମଧ୍ୟସ୍ଥିଙ୍କ ପ୍ରଲୋଭନରେ ନ ପଡିବା ପାଇଁ ନିର୍ଦ୍ଦେଶକ କର୍ଣ୍ଣେଲ୍ ଆଶିଷ ମୋହନ ତ୍ରିଖା ସୂଚନା ଦେଇଛନ୍ତି । ଅଧିକରୁ ଅଧିକ ଓଡିଆ ପିଲାମାନେ ଏହି ମେଳାରେ ଭାଗ ନେଇ ଆର୍ମିରେ ନିଯୁକ୍ତି ପାଇବା ପାଇଁ କର୍ଣ୍ଣେଲ୍ ଜଣାଇଛନ୍ତି ।

Comments are closed.