ବଢୁଛି ସେନାର ଶକ୍ତି । ଚୀନ୍ ଓ ପାକିସ୍ତାନ ନଜରରେ ରଖି ୪୦ଦିନର ଯୁଦ୍ଧାସ୍ତ୍ର ମହଜୁଦ ରଖୁଛି ଭାରତ, ହୋଇଛି ୧୨,୮୯୦କୋଟି ଟଙ୍କାର ଚୁକ୍ତି ।

396

କନକ ବ୍ୟୁରୋ : ବଢୁଛି ସେନାର ଶକ୍ତି । ଚୀନ୍ ଓ ପାକିସ୍ତାନ ସହ ଯୁଦ୍ଧ ହେଲେ ୪୦ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖୁଛି ସେନା । ୪୦ଦିନ ପାଇଁ ଯୁଦ୍ଧ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ଯୋଜନା କରୁଛି ଭାରତୀୟ ସେନା । ବର୍ତମାନର ପରିସ୍ଥିତିରେ ଯୁଦ୍ଧ ହେଲେ ସେନା ନିକଟରେ ୧୦ଦିନର ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଯାହାକୁ ଏବେ ବଢାଇବା ପାଇଁ ୧୨,୮୯୦କୋଟି ଟଙ୍କାର ଚୁକ୍ତି ହୋଇଛି ।

ବଢୁଛି ଭାରତୀୟ ସେନାର ଶକ୍ତି । ୧୩ଲକ୍ଷ ବିଶିଷ୍ଟ ଭାରତୀୟ ସେନାର ଶକ୍ତିକୁ ଧିରେ ଧିରେ ବୃଦ୍ଧି କରାଯାଉଛି । ଭାରତର ଶତ୍ରୁ ଦେଶ ପଡୋଶୀ ପାକିସ୍ତାନ ଓ ଚୀନକୁ ନଜରରେ ରଖି ଭାରତୀୟ ସେନା ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ରଣନୀତି । ଯୁଦ୍ଧ ସମୟରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ବିପୁଳ ପରିମାଣରେ କ୍ରୟ କରି ଏହାକୁ ଭବିଷ୍ୟତ ପାଇଁ ଗଚ୍ଛିତ କରି ରଖୁଛି । ଯୋଜନା ଅନୁସାରେ ଭାରତୀୟ ସେନା ନିକଟରେ ବର୍ତମାନ ଯୁଦ୍ଧ ହେଲେ ଶତ୍ରୁପକ୍ଷର ମୁକାବିଲା କରିବା ପାଇଁ ୧୦ ଦିନ ପର୍ଯ୍ୟନ୍ତ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମହଜୁଦ କରି ରଖିବା ଭଳି ବ୍ୟବସ୍ଥା କରିସାରିଥିବା ଜଣାପଡିଛି । ଆଗକୁ ଶତ୍ରୁପକ୍ଷର ମୁକାବିଲା ପାଇଁ ୪୦ଦିନ ପର୍ଯ୍ୟନ୍ତ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମହଜୁଦ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଭାରତୀୟ ସେନା ବର୍ତମାନ ସୁଦ୍ଧା ୧୦ଦିନର ଅସ୍ତ୍ରଶସ୍ତ୍ରକୁ ମହଜୁଦ ରଖିସାରିବା ପରେ ଏବେ ୪୦ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ କରିବା ଲକ୍ଷ୍ୟ ରଖିଛି । ୨୦୨୩-୨୪ ମସିହା ସୁଦ୍ଧା ଭାରତ ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ କରିବା ଭଳି ଅସ୍ତ୍ରଶସ୍ତ୍ର ମହଜୁଦ କରିସାରିଥିବ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

୪୦ଦିନର ଯୁଦ୍ଧାସ୍ତ୍ର ମହଜୁଦ ରଖିବା ପାଇଁ ସରକାରଙ୍କ ପକ୍ଷରୁ ୧୨,୮୯୦କୋଟି ଟଙ୍କା ମୂଲ୍ୟରେ ୨୪ଟି କମ୍ପାନୀ ସହ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଚୁକ୍ତି ହୋଇଛି । ଏହି ୨୪ଟି କମ୍ପାନୀ ମଧ୍ୟରୁ ୧୯ଟି ବିଦେଶୀ କମ୍ପାନୀ ସହ ଚୁକ୍ତି ହୋଇଥିବା ଜଣାପଡିଛି ।

ବିଭିନ୍ନ କମ୍ପାନୀ ସହ ସରକାର କରିଥିବା ଚୁକ୍ତି ଅନୁସାରେ ୮ଟି ବିଭିନ୍ନ ପ୍ରକାରର ଟ୍ୟାଙ୍କ, ଆର୍ଟିଲାରୀ, ଇନଫାଂଟେରୀ ଓ ଗୁଳି ଗୋଳା ମଧ୍ୟ ସାମିଲ ଅଛି । ୪୦ଦିନ ପାଇଁ ଯୁଦ୍ଧ କରିବା ଭଳି କ୍ଷମତାର ଅସ୍ତ୍ରଶସ୍ତ୍ର ହାସଲ କଲେ ଏହା ଭାରତ ପାଇଁ ଏକ ବଡ ସଫଳତା ହେବ ।

ପ୍ରତିରକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ ସେନା ନିକଟରେ ୧୦ଦିନ ଯୁଦ୍ଧ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଯୁଦ୍ଧାସ୍ତ୍ର ମହଜୁଦ ରଖାସରିଛି । ମିଳିଥିବା ସୂଚନା ଅନୁସାରେ ବିଶେଷ ଭାବରେ ଚୀନ୍ ଓ ପାକିସ୍ତାନକୁ ନଜରରେ ରଖି ଏବେ ୪୦ଦିନର ଯୁଦ୍ଧାସ୍ତ୍ର ମହଜୁଦ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି ।