ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଯବାନଙ୍କ ଦୁଃଖଭରା କାହାଣୀ ! ଅଫିସରଙ୍କ ଉପରେ ଲଗାଇଲେ ସଙ୍ଗୀନ ଅଭିଯୋଗ , କହିଲେ , ଯବାନ ଏବଂ ତାଙ୍କ ସ୍ତ୍ରୀଙ୍କ ଶୋଷଣ କରୁଛନ୍ତି ଅଫିସର ।

1,530

ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ଝଡ ପରି ଭାଇରାଲ୍ ହେଉଛି । ଯେଉଁଥିରେ ୟୁନିଫର୍ମ ପିନ୍ଧିଥିବା ଜଣେ ଯବାନ ସେନା ଅଫିସରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଉଛନ୍ତି । ଫେସବୁକ୍ ରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଯବାନ ଜଣକ କହୁଛନ୍ତି ଯେ ସେନା ଅଫିସରଙ୍କ ପତ୍ନୀମାନେ ଯବାନ ଏବଂ ତାଙ୍କ ପତ୍ନୀଙ୍କର ଶୋଷଣ କରିବାରେ ଲାଗିଛନ୍ତି । ଯବାନ ଜଣକ କହୁଛନ୍ତି ଯେ ଅଫିସରଙ୍କୁ ଏଭଳି ନିର୍ଦ୍ଦେଶ ଦେବା ପାଇଁ ତାଙ୍କ ପତ୍ନୀମାନେ ଉତ୍ସାହିତ କରୁଛନ୍ତି । ତାଙ୍କ ନିର୍ଦ୍ଦେଶରେ ଯବାନଙ୍କ ପତ୍ନୀମାନଙ୍କୁ ତାଙ୍କ ଘରକୁ ଡକାଯାଏ ଏବଂ କାମ କରିବାକୁ କୁହାଯାଏ । ଯବାନମାନେ ମଧ୍ୟ ଅଫିସରଙ୍କ ବ୍ୟକ୍ତିଗତ କାମରେ ଲାଗିଥାନ୍ତି ।

ଯବାନ ଜଣକ କହୁଛନ୍ତି ସବୁ ବଡ ବଡ ଅଫିସର ମିଶି ଯବାନମାନଙ୍କୁ ଶୋଷଣ କରୁଛନ୍ତି । ଅଧିକାରୀଙ୍କ ପତ୍ନୀଙ୍କୁ ସାଲ୍ୟୁଟ୍ ମାରିବା କାମ ମଧ୍ୟ ତାଙ୍କୁ କରିବାକୁ ପଡିଥାଏ । କଥା ନମାନିଲେ ଟ୍ରାନ୍ସଫର କରିଦେବାର ଭୟ ମଧ୍ୟ ଦେଖାଯାଏ । କେବଳ ଏତିକି ନୁହଁ ଯେଉଁ ସ୍ଥାନକୁ ଟ୍ରାନ୍ସଫର କରାଯାଏ ସେଠାକାର ଅଧିକାରୀଙ୍କୁ ମଧ୍ୟ ଯବାନଙ୍କ ଅବସ୍ଥା ଖରାପ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଏ । ପାର୍ଟି ଭଳି ସ୍ଥାନରେ ମଧ୍ୟ ଯବାନଙ୍କ ପତ୍ନୀମାନଙ୍କୁ ଶୋଷଣ କରାଯାଏ । ଯବାନ କହିଛନ୍ତିି ଯେ ପାର୍ଟିରେ ଯବାନଙ୍କ ପତ୍ନୀମାନଙ୍କୁ ଡ୍ୟାନ୍ସ କରିବା ପାଇଁ କୁହାଯାଏ ଏବଂ ଯବାନଙ୍କ ପତ୍ନୀମାନେ ଡ୍ୟାନ୍ସ କଲେ ଅଫିସରଙ୍କ ପତ୍ନୀମାନେ ତାଙ୍କୁ ଅଟ୍ଟହାସ୍ୟ କରିଥାନ୍ତି ।