କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗ୍ରାମରେ ଭରତୀୟ ସେନାକୁ ବଡ ସପଳତା । ଗତକାଲିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ଖୋଜି ଖୋଜି ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଦୁଃଖର ବିସୟ କି, ଏହି ଏନକାଉଣ୍ଟରରେ ୨ଜ ଯବାନ ବି ସହିଦ ହୋଇଛନ୍ତି । ଏବେବି କୁଲଗ୍ରାମରେ ଚାଲିଛି ସର୍ଚ୍ଚ ଅପରେସନ୍ ।

Advertisment

ତେବେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା । ସୂଚନା ପାଇବା ପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ । କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା । ଏଥିରେ ଗଠନ ହୋଇଥିବା ଟିମ୍ ପ୍ରତିଟି ସ୍ଥାନକୁ ଯାଞ୍ଚ କରୁଥିବା ବେଳେ ଡ୍ରୋନ୍ ଏବଂ ଅନ୍ୟ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ବି ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇଥିଲା । ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା । ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଆହତ ଯବାନ ସହିଦ ହୋଇଥିଲେ ।
ଏହାପରେ ସୁରକ୍ଷା ବଳ ପକ୍ଷରୁ ବି ଗୁଳିମାଡ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ଏହି ଗୁଳିକାଣ୍ଡରେ ଆଉଜଣେ ଯବାନ ସହିଦ୍ ହୋଇଥିବା ସୂଚନା ଥିବା ବେଳେ, ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।