ଯେତେ ନିଜକୁ ବଳଶାଳୀ ଭାବିଲେ ମଧ୍ୟ ପାକିସ୍ତାନ ନିଜେ ଜାଣିଛି ଯଦି ଭାରତ ଏବଂ ପାକ୍ ମଧ୍ୟରେ ଯୁଦ୍ଧ ହେବ ତେବେ ପରାଜୟ ପାକିସ୍ତାନର ହିଁ ହେବ । ନିକଟରେ ଏକ ସାକ୍ଷାତକାରରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏହି କଥାକୁ ସ୍ୱୀକାର କରିଥିଲେ ଯେ ଯଦି ଭାରତ ଏବଂ ପାକ୍ ମଧ୍ୟରେ ପାରମ୍ପରିକ ଯୁଦ୍ଧ ହୁଏ ତେବେ ଏଥିରେ ପାକିସ୍ତାନ ହିଁ ହାରିବ । ପାକିସ୍ତାନ କେବେ ବି ନିଜ ପଟୁ ପରମାଣୁ ଯୁଦ୍ଧ ଆରମ୍ଭ କରିବ ନାହିଁ ବୋଲି ବି ଇମରାନ୍ ମାନିଥିଲେ । ସେ କହିଥିଲେ , “ମୁଁ ଜଣେ ଶାନ୍ତିବାଦୀ ଏବଂ ଯୁଦ୍ଧ ବିରୋଧୀ ବ୍ୟକ୍ତି । ମୋ ଧାରଣା ଅନୁସାରେ ଯୁଦ୍ଧ ସବୁ ସମସ୍ୟାର ସମାଧାନ ନାହିଁ । ଏହାର ପରିଣାମ ଦୁଇ ଦେଶକୁ ହିଁ ଭୋଗିବାକୁ ପଡିବ । ତେବେ ଯୁଦ୍ଧ ଯୁଦ୍ଧ ବୋଲି ରଡି ଛାଡୁଥିବା ପାକିସ୍ତାନ କାହିଁକି ଏଭଳି କଥା କହିଲା? ଭାରତ ଏବଂ ପାକ୍ ଭିତରେ ସୈନ୍ୟଶକ୍ତି ଭିତରେ କେତେ ଅନ୍ତର ରହିଛି? ଭାରତର ଜଳ,ସ୍ଥଳ ଏବଂ ବାୟୁ ତିନି ସେନାର ସୈନ୍ୟବଳ ଏବଂ ହତିଆର ବଳ ଅନୁସାରେ ପାକିସ୍ତାନ କେତେ ପଛରେ ରହିଛି? ଏହି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ ।
ଆର୍ଥୀକ ସ୍ଥିତି ଖରାପ ହେବା ପରେ ମଧ୍ୟ ଅସ୍ତ୍ରଶସ୍ତ୍ରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛି ପାକିସ୍ତାନ :
ଆଇଆଇଏସଏସ ଅନୁସାରେ , ୨୦୧୮ ରେ ଭାରତୀୟ ସେନାକୁ ୪ ଲକ୍ଷ କୋଟି ଟଙ୍କା ଦିଆଗଲା । ଯାହା ଦେଶ ବଜେଟର ୨.୧ ପ୍ରତିଶତ ରହିଛି । ସେହିବର୍ଷ ପାକିସ୍ତାନ ନିଜ ସେନାକୁ ୧.୨୬ (୬୫ ହଜାର)କୋଟି ଟଙ୍କା ଦେଇଛି । ଯାହା ପାକ୍ ଜିଡିପିର ପାଖାପାଖି ୩.୬ ପ୍ରତିଶତ ରହିଛି । ଅର୍ଥାତ୍ ଭାରତ ତୁଳନାରେ ପାକ୍ ଜିଡିପି ଅଧିକ ରହିଛି । ଏଥିରୁ ଜଣାପଡେ ଆର୍ଥୀକ ଅନଟନରେ ସଢୁଥିବା ପାକ୍ ହତିଆର୍ ପାଇଁ କେତେ ଖର୍ଚ୍ଚ କରୁଛି ।
କାହା ପାଖରେ ଅଛି କେତେ ସେନାବଳ ?
ଭାରତ ପାକିସ୍ତାନ
ସକ୍ରିୟ ସେନା : ୧୩.୬୨ ଲକ୍ଷ ୬.୫୪ ଲକ୍ଷ
କମ୍ବେଟ୍ ଟ୍ୟାଙ୍କ୍ : ୪୧୮୪ ୨୨୦୦
ଅସ୍ତ୍ରଶସ୍ତ୍ର ଥିବା ଗାଡ଼ି : ୨୮୧୫ ୩୬୬୫
ତୋପ : ୪୨୬୦ ୧୬୫୫
ରକେଟ୍ ଲଞ୍ଚ୍ ର୍ସ : ୨୬୬ ୧୫୦
ବାୟୁସେନାରେ କିଏ କେତେ ଶକ୍ତିଶାଳୀ ?
ଭାରତ ପାକିସ୍ତାନ
ଏୟାରକ୍ରାଫ୍ଟ ସଂଖ୍ୟା : ୨୦୮୨ ୧୩୪୨
ଲଢୁଆ ବିମାନ : ୫୨୦ ୩୪୮
ଆକ୍ରମଣକାରୀ ବିମାନ : ୬୯୪ ୪୩୮
ଯାତାୟତ ବିମାନ : ୨୪୮ ୫୧
ତାଲିମ୍ ବିମାନ : ୩୬୪ ୪୯୯
ମୋଟ ହେଲିକ୍ୟାପ୍ଟର : ୬୯୨ ୩୨୨
ନୌସେନାରେ କିଏ କେତେ ଶକ୍ତିଶାଳୀ?
ଭାରତ ପାକିସ୍ତାନ
ମୋଟ ନୌସେନା ଆସେଟ୍ : ୨୯୫ ୧୯୭
ଏୟାରକ୍ରଫ୍ଟ କ୍ୟାରିୟର୍ : ୧ ୦
ଫ୍ରିଗେଟସ୍ : ୧୩ ୦୯
ଡେଷ୍ଟ୍ରୋୟର୍ : ୧୧ ୦
କାରୱେଟସ୍ : ୨୨ ୦
ପନଡୁବ୍ୱୀ : ୧୬ ୦୫
ନଜର ରଖୁଥିବା ନୌକା : ୧୩୯ ୧୧
ବାରୁଦ ସୁରଙ୍ଗ ନାଶକ : ୧ ୩
ପରମାଣୁ ଶକ୍ତିରେ କିଏ ରହିଛି ଆଗରେ?
ଉଭୟ ଭାରତ ଏବଂ ପାକିସ୍ତାନ ପାଖରେ ବେଲିଷ୍ଟିକ୍ ମିଶାଇଲ୍ ରହିଛି , ଯାହା ପରମାଣୁ ଆକ୍ରମଣ ପାଇଁ ଯଥେଷ୍ଟ । ଭାରତ ପାଖରେ ୯ ପ୍ରକାରର ମିଶାଇଲ୍ ରହିଛି । ଯେଉଁଥିରେ ଅଗ୍ନି-୩ ରହିଛି । ଯାହାର କ୍ଷମତା ୩୦୦୦ କି.ମି. ରୁ ନେଇ ୫୦୦୦ କି.ମି. ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ପାକ୍ ମିସାଇଲ୍ କ୍ଷମତା ୨୦୦୦ କି.ମି. ପର୍ଯ୍ୟନ୍ତ ଯିବାର କ୍ଷମତା ରଖୁଛି । ଭାରତ ପାଖରେ ୧୩୦ -୧୪୦ ପରମାଣୁ ବୋମା ରହିଥିବାବେଳେ ପାକ୍ ପାଖରେ ୧୪୦ ରୁ ୧୫୦ ବୋମା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/PAK-7.jpg)
/kanak/media/post_attachments/wp-content/uploads/2019/09/images-5-1-300x168.jpg)
/kanak/media/post_attachments/wp-content/uploads/2019/09/PTI8222018000293B-300x195.jpg)
/kanak/media/post_attachments/wp-content/uploads/2019/09/images-11-300x144.jpg)
/kanak/media/post_attachments/wp-content/uploads/2019/09/images-7-2-300x207.jpg)