କାଶ୍ମୀରରୁ ନିଖୋଜ ହେଲେ ଭାରତୀୟ ଯବାନ । କାଶ୍ମୀରର ଗୁଲମର୍ଗ ସେକ୍ଟରରେ ମୁତୟନ ଥିବା ଯବାନ ରାଜେନ୍ଦ୍ର ସିଂ ନେଗି ନିଖୋଜ ହୋଇଯାଇଛନ୍ତି । ବରଫ ତୁଷାରପାତରେ ରାଜେନ୍ଦ୍ର ଖସିଯିବାରୁ ପାକିସ୍ତାନ ସୀମାରେ ପହଞ୍ଚି ବା ପରେ ସେଠାରୁ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି । ଏବେ ରାଜେନ୍ଦ୍ରଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ ।

Advertisment

ରାଜେନ୍ଦ୍ରଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଗତ ୮ ତାରିଖରେ ଶେଷ ଥର ପାଇଁ ସ୍ୱାମୀଙ୍କ ସହ କଥା ହୋଇଥିଲେ । ଆଉ ଏହାପରେ ତାଙ୍କ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ଏପରିକି ସେନା ପକ୍ଷରୁ ରାଜେନ୍ଦ୍ର ନିଖୋଜ ଥିବା କୁହାଯାଉ ଥିବା ବେଳେ ତାଙ୍କୁ ଜୋରଦାର ଖୋଜା ଯାଉଛି । ସେନା ପକ୍ଷରୁ ରାଜେନ୍ଦ୍ରଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବା ବେଳେ ପରିବାର ଲୋକଙ୍କ ଆଖିରୁ ମଧ୍ୟ ଲୁହ ଶୁଖୁନାହିଁ ।

୨୦୦୨ରେ ଭାରତୀୟ ସେନାରେ ସାମିଲ ହୋଇଥିଲେ ରାଜେନ୍ଦ୍ର । ଏହାପୂର୍ବରୁ ଗତ ଅକ୍ଟୋବରରେ ଗୋଟିଏ ମାସର ଛୁଟି ଆଣି ପରିବାର ସହ ଡେରାଡୁନ୍ ଯାଇଥିଲେ ରାଜେନ୍ଦ୍ର । ନଭେମ୍ବରରେ ପୁଣିଥରେ କାର୍ଯ୍ୟକ୍ଷେତ୍ରକୁ ଫେରି ଯାଇଥିଲେ ରାଜେନ୍ଦ୍ର । ତେବେ ୮ ଜାନୁଆରୀରୁ ରାଜେନ୍ଦ୍ର ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପାଖକୁ ଖବର ଆସିଥିଲା । ତେବେ ବରଫରେ ଖସି ପାକିସ୍ତାନ ସୀମାକୁ ରାଜେନ୍ଦ୍ର ଚାଲିଯାଇଥିବା ସନ୍ଦେହ କରାଯାଉଛି ।