କନକ ବ୍ୟୁରୋ : ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାରେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିବା ସମୟରେ ମାସ୍କ୍ ପିନ୍ଧି ନ ଥିବା କାରଣରୁ ସେନାର ଜଣେ ଯବାନଙ୍କୁ ମାଡ ମାରିଥିବାରୁ ଗୁରୁବାର ଜଣେ ହେଡ୍ କନେଷ୍ଟବଳ ଏବଂ ଅନ୍ୟ ୨ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି।
ବୁଧବାର ଦିନ ମୟୂରହଣ୍ଡ୍ ଥାନା ଅଧୀନ କର୍ମାଚୌକ୍ ଅଞ୍ଚଳରେ ଘଟଣାଟି ଘଟିଥିଲା। ମୋଟରସାଇକେଲ୍ ଚଳାଇ ଯାଉଥିବା ସେନା ଯବାନ୍ଜଣଙ୍କୁ ମୟୂରହଣ୍ଡ୍ ‘ବ୍ଲକ୍ ଉନ୍ନୟନ ଅଧିକାରୀ’ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଯାଞ୍ଚ୍ ଅଭିଯାନ ଚଳାଇଥିବା ପୁଲିସ ଟିମ୍ ଅଟକାଇଥିଲେ। ତେବେ କୌଣସି କାରଣରୁ ଉଚ୍ଚବାଚ ହେବାରୁ ୩ ଜଣ ପୋଲିସ ଉକ୍ତ ଯବାନଙ୍କୁ ମାଡ ମାରିଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଆଉ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ସାଧାରଣରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।
ଚତ୍ରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାକେଶ ରଞ୍ଜନ କହଛନ୍ତି, ଉଭୟ ପକ୍ଷଙ୍କର ଭୁଲ୍ ଥିଲେ ବି ଆମେ ଜଣେ ହେଡ୍ କନେଷ୍ଟବଳ ଏବଂ ଦୁଇଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରିଛୁ। ସେନାର ଜଣେ ଯବାନ ହୁଅନ୍ତୁ କି, ଜଣେ ସାଧାରଣ ଜନତା ହୁଅନ୍ତୁ, ପୁଲିସଙ୍କ ଠାରୁ ଏ ଭଳି ଆଚରଣ ଆଶା କରାଯିବା କଥା ନୁହେଁ। କୋଭିଡ୍ ନିୟମ ଉଲ୍ଲଂଘନକାରୀ ଉକ୍ତ ସେନା ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି, ନାହିଁ ପଚରା ଯିବାରୁ ରଞ୍ଜନ କହିଲେ, ଏହି ଅଭିଯାନର ନେତୃତ୍ବ ନେଇଥିବା ‘ବିଡିଓ’ଙ୍କୁ ସେ ରିପୋର୍ଟ ମାଗିଛନ୍ତି। ସେ ରିପୋର୍ଟକୁ ଆଧାର କରି ଆଉ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/army-jawan.jpg)