ଏଲଏସି ନିକଟରେ ଭାରତୀୟ ବାୟୁସେନା ଓ ସ୍ଥଳସେନାର ମିଳିତ ସମରଭ୍ୟାସ । ୯୬ଘଂଟା ଧରି ଚାଲିଛି ନନଷ୍ଟପ ଯୁଦ୍ଧାଭ୍ୟାସ ବାୟୁପ୍ରହାର

107

କନକ ବ୍ୟୁରୋ : ଭାରତୀୟ ସ୍ଥଳ ସେନା ଓ ଭାରତୀୟ ବାୟୁସେନା ହେବ ସଶକ୍ତ । ବଢିଲା ଚୀନର ଚିନ୍ତା । ଭାରତୀୟ ସ୍ଥଳସେନା ଓ ବାୟୁସେନା ୯୬ ଘଂଟାର ମିଳିତ ସମାରାଭ୍ୟାସ କରିଛନ୍ତି । ଉଚ୍ଚ ସ୍ଥାନରୁ ଆକ୍ରମଣରୁ କିଭଳି ମୁକାବିଲା କରିହେବ ସେଥିପାଇଁ ଉଭୟ ସେନା ଏହି ସମରାଭ୍ୟାସ କରିଛନ୍ତି । ସେହିପରି କୌଣସି ବି ଅପ୍ରତିକୂଳ ପରିସ୍ଥିତିରେ ସେନା କିପରି ଶତ୍ରୁଙ୍କ ସାମନା କରିପାରିବ ସେ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଏଲସି ନିକଟରେ ଉଭୟ ସେନା ଦୀର୍ଘ ୯୬ଘଂଟା ଧରି ଏହି ସମରାଭାସ କରିଛନ୍ତି । ଏଥିରେ ଯବାନମାନଙ୍କୁ ଘାଟିକୁ ଏୟାରଲିପ୍ଟ କରାଯାଇଥିଲା, ପରେ ଯବାନ ମାନେ ସେଠାରେ ଶତ୍ରୁ ବିପକ୍ଷରେ କିଭଳି ଭିନ୍ନ ଭିନ୍ନ ଯୁଦ୍ଧ କୌଶଳ ଆପଣାଇ ଶତ୍ରୁକୁ ସବୁ ପରିସ୍ଥିତିରେ ମାତ୍ ଦେଇପାରିବେ ସେନେଇ ସ୍ୱତନ୍ତ୍ର ଅଭ୍ୟାସ କରିଥିଲେ । ବିଶେଷକରି ବାୟୁସେନା ଆକ୍ରମଣ ଘଟଣାରେ ସେନାର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଏହି ମିଳିତଭାସର ମୁଖ୍ୟ ଲକ୍ଷ୍ୟ ରହିଛି ।