କନ୍ନୁରରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିବା ସୂଚନା

324

କନକ ବ୍ୟୁରୋ : ତାମିଲନାଡୁର କୁନ୍ନୁର ଠାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହାଯାଉଛି କି ଦୁର୍ଘଟଣାରେ ଶିକାର ହୋଇଥିବା ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଥିଲେ । ଏପର୍ଯ୍ୟନ୍ତ ୩ ଜଣ ଯବାନଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ମୁତାବକ ଖରାପ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି । ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ବି ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ୱେଲିଂଟନ ବେସରେ ଚିକିତ୍ସା କରାଯାଉଛି । ବିମାନରେ ଥିବା ଚତୁର୍ଥ ଲୋକର ଖବର ମିଳିପାରି ନାହିଁ ।

ପ୍ରାରମ୍ଭିକ ସୂଚନା ମୁତାବକ ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ଓଟିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ହେଲେ ଖରାପ ପାଗ ଯୋଗୁଁ କୁନ୍ନୁରର ଘଂଚ ଜଙ୍ଗଲ ମଧ୍ୟରେ ହେଲିକପ୍ଟରଟି ଦୁର୍ଘଟଣାରେ ଶିକାର ହୋଇଛି । ହେଲେ ଦୁର୍ଘଟଣା ନେଇ ସେନା ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ ।

 

ଦୁର୍ଘଟଣାରେ ଶିକାର ହୋଇଥିବା ହେଲିକପ୍ଟରଟି ଏମଆଇ ସିରିଜର । ଏଥିରେ ସିଡିଏସ ବିପିନ ରାୱତ, ତାଙ୍କର କର୍ମଚାରୀ ସହ କିଛି ପରିବାର ଲୋକ ଯାଉଥିବା ନେଇ ସୂତ୍ର ସୂଚନା ଦେଇଛି ।