ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା : ୧୧ ମୃତଦେହ ଉଦ୍ଧାର ହୋଇଥିବା ସୂଚନା

500

କନକ ବ୍ୟୁରୋ : ତାମିଲନାଡ଼ୁ କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣାରେ ୧୧ଜଣଙ୍କ ଶବ ଉଦ୍ଧାର ହୋଇଥିବା ବର୍ତ୍ତମାନ ସୂତ୍ରରୁ ଖବର ମିଳିଛି । ହେଲିକପ୍ଟରେ ସିଡିଏସ୍ ବିପିନି ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିବା ବେଳେ ବର୍ତ୍ତମାନ ୧୧ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ସୂଚନାରୁ ଜଣାପଡିଛି ।
ସେପଟେ, ଦୁର୍ଘଟଣାର ଯାଂଚ ଆଦେଶ ଦେଇଛି ବାୟୁସେନା । ବର୍ତ୍ତମାନ ୧୧ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ଅନ୍ୟ ୩ ଗୁରୁତରଙ୍କୁ ଉଇଲଙ୍ଗଟନ୍ ମିଲିଟାରୀ ହସ୍ପିଟାଲକୁ ନିଆଯାଇଛି । ତେବେ ଘଟଣା ସ୍ଥଳକୁ ଯାଇ ଏହାର ଅନୁଧ୍ୟାନ କରିପାରନ୍ତି ରକ୍ଷା ମନ୍ତ୍ରୀ ।