କନକ ବ୍ୟୁରୋ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଲଢୁଆ ବିମାନ । ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ । ରାଜସ୍ଥାନର ହନୁମାନଗଡରେ ଏଭଳି ଦୂର୍ଘଟଣା ଘଟିଛି । ତେବେ ଦୁଇଜଣ ପାଇଲଟ ଜଣଙ୍କ ଜୀବନ ବଂଚିଯାଇଥିବାବେଳେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୋମବାର ସକାଳ ସମୟରେ ରାଜସ୍ଥାନ ହନୁମାନଗଡ଼ରେ ସେତେବେଳେ କୋକୁଆଭୟ ଦେଖାଯାଇଥିଲା ଯେଉଁ ସମୟରେ ଘର ଉପରକୁ ଖସିପଡିଥିଲା ଭାରତୀୟ ସେନାର ଯୁଦ୍ଧ ବିମାନ ମିଗ-୨୧ । ସୁରଟଗଡରୁ ଉଡାଣ ଭରିଥିବା ସେନାର ଏହି ଯୁଦ୍ଧ ବିମାନ କୌଣସି ତ୍ରୁଟି କାରଣରୁ ହଠାତ ନିୟନ୍ତ୍ରଣ ହରାଇବା ଘର ଉପରକୁ ଖସିପଡିଥିଲା ବିମାନ ଖସିବା ଯୋଗୁଁ ଘର ଓ ଏହାର ଆଖପାଖ ଅଂଚଳରେ ବଡ କ୍ଷତି ହୋଇଥିବା ଜଣାପଡିଛି । ଘଟଣାରେ ଏବେ ସୁଦ୍ଧାର ୪ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଭାଗ୍ୟବଶତ ଦୁଇ ପାଇଲଟଙ୍କ ଜୀବନ ବଂଚିଯାଇଛି ।
ରାଜସ୍ଥାନ ସରକାର ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସାହାଯ୍ୟ ଘୋଷଣା କରିଛନ୍ତି । ସେହିପରି ଆହତଙ୍କ ଚିକିତ୍ସା ପାଇଁ ୫୦ହଜାର ରାଶି ମିିଳିବ ତେବେ ବାୟୁସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଗତ କିଛି ଦିନ ହେବ ସେନାର ଲଢୁଆ ବିମାନ ଓ ହେଲିକପ୍ଟର ଦୁର୍ଘଟଣା ସଂଖ୍ୟା ବେଶ ବୃଦ୍ଧି ପାଇଛି ।
• ମେ ୪ରେ ଧ୍ରୁବ ହେଲିକ୍ୟାପ୍ଟର ଜମ୍ମୁ କାଶ୍ମୀର କିସ୍ତିୱାଡାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା ।
• ଜାନ୍ରୁଆରୀରେ ରାଜସ୍ଥାନ ଭରତପୁରରେ ସେନାର ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣାରେ ଜଣେ ପାଇଲଟ ସହିଦ ହୋଇଥିଲେ ।
• ମଧ୍ୟପ୍ରଦେଶ ମୁରେନା ଯୁଦ୍ଧ ବିମାନ ଦୁର୍ଘଟଣାରେ ୨ଜଣ ପାଇଲଟ ସହିଦ ହୋଇଥିଲେ
• ଜମ୍ମୁଶ୍ମୀର କିସ୍ତୱାଡା ସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ପାଇଲଟ ସହିଦ ହୋଇଥିଲେ
• ଏପ୍ରିଲରେ କୋଚିରେ ମିଗ- ୨୧ ଦୁର୍ଘଟଣାର ଶିକାର ହୋଇଥିଲା ।
ଏବେ ପ୍ରଶ୍ନ ଉଠୁଛି ବାରମ୍ବାର କଣ ପାଇଁ ସେନାର ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଉଛି ।ଏହା ପାଇଁ ଦାୟୀ କିଏ ରହିବେ ସରକାର, ସେନା?