ଭାରତୀୟ ସେନାର ଡାକ୍ତରଙ୍କୁ ବଡ ସଫଳତା । ୧୬ ହଜାର ଫୁଟ୍ ଉଚ୍ଚତାରେ କଲେ ବିରଳ ଅସ୍ତ୍ରୋପଚାର । ଯବାନଙ୍କ ପେଟରୁ ବାହାର କଲେ ଆପେଣ୍ଡିକ୍ସ

244

କନକ ବ୍ୟୁରୋ : ଚୀନସେନାଙ୍କର ଅନୁପ୍ରବେଶ ରୋକିବାକୁ ସିଆଚିନର ବରଫ୍ ପାହାଡ ଉପରେ ଜଗି ରହିଛି ଭାରତୀୟ ସେନା । ଏହା ମଧ୍ୟରେ ୧୬ ହଜାର ଫୁଟ ଉଚ୍ଚତା ଉପରେ ଭାରତୀୟ ସେନା ଡାକ୍ତରଙ୍କୁ ମିଳିଛି ବଡ ସଫଳତା । ପୂର୍ବ ଲଦାଖର ସର୍ଜିକାଲ ସେଣ୍ଟରରେ ଜଣେ ଯବାନଙ୍କ ବିରଳ ଅସ୍ତ୍ରୋପଚାର କରାଯାଇଛି । ସେନା ଡାକ୍ତରମାନେ ଏହି ବିରଳ ଅସ୍ତ୍ରୋପଚାର କରି ଯବାନଙ୍କ ପେଟରୁ ଆପେଣ୍ଡିକ୍ସକୁ ସଫଳତାପୂର୍ଣ୍ଣ ଯବାନଙ୍କ ପେଟରୁ କରିଛନ୍ତି ।

ବିପଦସଂକୁଳ ପାଣିପାଗ ଯୋଗୁଁ ଯବାନଙ୍କୁ ହେଲିକପ୍ଟରୁ ବାହାର କରିବା ସମ୍ଭବ ହୋଇନଥିଲା । ଫଳରେ କଠିନ ପରିସ୍ଥିତିରେ ଯବାନଙ୍କୁ ଭୂପୃଷ୍ଠରୁ ୧୬ ହଜାର ଫୁଟ ଉଚ୍ଚତାରେ ଅସ୍ତ୍ରୋପଚାର କରାଯାଇଥିଲା । ଜଣେ ଲେଫ୍ଟନାଣ୍ଟ କର୍ଣ୍ଣଲ, ମେଜର ଓ ଜଣେ କ୍ୟାପଟେନଙ୍କ ସମେତ ୩ ଜଣିଆ ଡାକ୍ତରୀ ଟିମ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ ।

ଲଦାଖର ଫରୱାର୍ଡ ସର୍ଜିକାଲ ସେଣ୍ଟରରେ ଏଭଳି ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି । ୧୬ ହଜାର ପୁଟ୍ ଉପରେ ପ୍ରବଳ ଥଣ୍ଡା ପାଗରେ ଏଭଳି ଅସ୍ତ୍ରୋପଚାର ପାଇଁ ଡାକ୍ତରଙ୍କ ଆଗରେ ଅନେକ ବାଧା ରହିଥିଲା । ତଥାପି ଏଭଳି ପରିସ୍ଥିତିରେ ଅସ୍ତ୍ରୋପଚାର ସଫଳ ହୋଇଛି । ଏହା ସହ ଅସ୍ତ୍ରୋପଚାର କରାଯାଇଥିବା ଯବାନ ଏବେ ସୁସ୍ଥ ଥିବା କଥା ଜଣାଇଛନ୍ତି ଜଣେ ସେନା ଅଧିକାରୀ । ଏହି ଅସ୍ତ୍ରୋପଚାର ୨୮ ଅକ୍ଟୋବର ଦିନ ହୋଇଥିବା ସୂଚନା ମିଳିଛି ।

ଏହା ପୂର୍ବରୁ ମଧ୍ୟ ସେନା ଡାକ୍ତରମାନଙ୍କ ଦ୍ୱାରା ଏଭଳି ସଫଳ ଅସ୍ତ୍ରୋପଚାର କରାଯାଇଛି । ହେଲେ ୧୬ ହଜାର ଫୁଟ ଉଚ୍ଚତା ଓ ଖରାପ ପାଣିପାଗରେ ଏଭଳି ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କରାଯାଇଛି । ଅନ୍ୟପକ୍ଷରେ ଭାରତୀୟ ସେନାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ହସ୍ପିଟାଲ ଏବେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି । ଏଠାରେ ଡାକ୍ତର ମାନେ ରହି ବରଫ ପାହାଡ ଉପରେ ଯବାନ ମାନଙ୍କୁ ହେଉଥିବା ବିଭିନ୍ନ ରୋଗର ଚିକିତ୍ସା କରୁଛନ୍ତି ।

ଭାରତୀୟ ସେନା ମୁଖ୍ୟ ଏମ୍ ଏମ୍ ନରଭାନେ ଏହି ସ୍ଥାନକୁ ଅନେକଥର ଯାତ୍ରା କରିଛନ୍ତି । ଏଠାରେ ସୈନ୍ୟମାନଙ୍କୁ ଶୀତ ସହ ଲଢେଇ କରିବାକୁ ଉପଯୁକ୍ତ ପୋଷାକ ଓ ବାସସ୍ଥାନ ପ୍ରଦାନ କରାଯାଇଛି ।