ମନମୋହନ-ରାହୁଲଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କଲା ଭାରତୀୟ ସେନା ! ସେପ୍ଟେମ୍ବର ୨୦୧୬ ପୂର୍ବରୁ ହୋଇନାହିଁ ସର୍ଜିକାଲ୍ ଷ୍ଟ୍ରାଇକ୍ 

ମନମୋହନ-ରାହୁଲଙ୍କ ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କଲା ଭାରତୀୟ ସେନା ! ସେପ୍ଟେମ୍ବର ୨୦୧୬ ପୂର୍ବରୁ ହୋଇନାହିଁ ସର୍ଜିକାଲ୍ ଷ୍ଟ୍ରାଇକ୍ 

ସର୍ଜିକାଲ୍ ଷ୍ଟ୍ରାଇକ୍ କୁ ନେଇ ଦେଇଥିବା ବୟାନ୍ କୁ ନେଇ କଂଗ୍ରେସର ମୁଖା ଖୋଲିଛି ଭାରତୀୟ ସେନା । ସେନା କଂଗ୍ରେସ ତରଫରୁ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ର ପୁଷ୍ଟିକୁ ମନା କରିଦେଇଛି । ସେନା ତରଫରୁ ଆଜି କୁହାଯାଇଛି ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ସେପ୍ଟେମ୍ବର ୨୦୧୬ ରେ କରାଯାଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭାରତୀୟ ସେନା ୟୁପିଏ ସରକାର ଥିବା ସମୟରେ ୬ ଥର ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିବା କଥା କହିଥିଲେ । ଉତ୍ତର କମାଣ୍ଡୋର ଜିଓସି ଇନ୍ ଚିଫ୍ ଲେ.ଜେନେରାଲ୍ ରଣବୀର ସିଂହ ଏକ ବୟାନରେ କହିଥିଲେ କିଛି ଦିନ ପୂର୍ବରୁ ଡିଜିଏମଓ ଏକ ଆରଟିଆଇ ଜବାବରେ କହିଥିଲେ ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ସେପ୍ଟେମ୍ବର ୨୦୧୬ ରେ ହୋଇଥିଲା । ସେ କହିଥିଲେ ରାଜନୈତିକ ପାର୍ଟି ଚଳିତଥର ଏହାକୁ ନେଇ କ’ଣ କହୁଛନ୍ତି ଏହାର ଯବାବ୍ ସରକାର ଦିଅନ୍ତୁ । ମୁଁ କେବଳ ଆପଣଙ୍କୁ ତଥ୍ୟ ହିଁ ଦେଇପାରିବି । ଯାହ ଅନୁସାରେ ସର୍ଜିକାଲ୍ ଷ୍ଟ୍ରାଇକ୍ ୨୦୧୬ ପୂର୍ବରୁ ହୋଇନାହିଁ ।

publive-image

ଆପଣଙ୍କୁ କହିରଖୁଛୁ ନିର୍ବାଚନ ପ୍ରଚାର ସମୟରେ ରାହୁଲ ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାରଙ୍କ କଥାକୁ କାଟିଥିଲେ ଯେ ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ରାହୁଲ ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର ଥିବା ସମୟରେ ହୋଇଥିଲା । ମନମୋହନ ସିଂହ ଗତମାସରେ ଏକ ସାକ୍ଷାତକାରରେ କହିଥିଲେ ମୋଦିଙ୍କ ପୂର୍ବରୁ ବି ୟୁପିଏ କାର୍ଯ୍ୟକାଳରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା । ରାହୁଲ ଗାନ୍ଧୀ ଏକ ପ୍ରେସ୍ କନଫ୍ରେନ୍ସରେ ୬ ଟି ସ୍ଥାନର ନାଁ ବି କହିଥିଲେ ।

publive-image

କଂଗ୍ରେସ୍ କହିଥିଲା କେବେ କେବେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ : 

୧ . ପ୍ରଥମ ସର୍ଜିକାଲ୍ ଷ୍ଟ୍ରାଇକ୍ ଜୁନ୍ ୧୯ ୨୦୦୮ ଜମ୍ମୁ-କାଶ୍ମୀରର ପୁନଛ ସ୍ଥିତ ଭଟ୍ଟଲରେ ହୋଇଥିଲା ।

୨ . ଦ୍ୱିତୀୟ ଥର ପାଇଁ ଆତଙ୍କବାଦୀଙ୍କୁ ମୁହଁଭଙ୍ଗା ଜବାବ୍ ଦେବା ପାଇଁ ୩୦ ଅଗଷ୍ଟରୁ ୧ ସେପ୍ଟେମ୍ବର ୨୦୧୧ ପର୍ଯ୍ୟନ୍ତ କେଲ୍ ରେ ନିଲମ୍ ରିଭର୍ ଭାଲି ପାଖ ଶାରଦା ସେକ୍ଟରରେ ଦିଆଗଲା ।

୩ . ତୃତୀୟ ଥର ପାଇଁ ୨୦୧୩ ଜାନୁୟାରୀ ୬ ରେ ସାବନ ପତ୍ରା ଚେକପୋଷ୍ଟରେ ହୋଇଥିଲା ।

୪ . ଚତୁର୍ଥଥର ପାଇଁ ୨୭-୨୮ ଜୁଲାଇ ୨୦୧୩ ନଜୀରପିର ସେକ୍ଟରରେ ହୋଇଥିଲା ।

୫ . ପଞ୍ଚମଥର ପାଇଁ ଅଗଷ୍ଟ ୬ ୨୦୧୩ ରେ ନିଲମ୍ ଭାଲିରେ ହୋଇଥିଲା ।

୬ . ଷଷ୍ଠଥର ପାଇଁ ୧୪ ଜାନୁୟାରୀ ୨୦୧୪ ରେ ହୋଇଥିଲା ସର୍ଜିକାଲ୍ ଷ୍ଟ୍ରାଇକ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe