ପୁଣି ନୂଆ କିଛି କରି ଦେଖାଇଲା ଭାରତୀୟ ସେନା । ୫ ଘଂଟାରେ ନିର୍ମାଣ କଲା ୧ ଶହ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ

163

କନକ ବ୍ୟୁରୋ : ଏବେ ପୁରାଦେଶ କୋଭିଡ-୧୯ ର ଦ୍ୱିତୀୟ ଲହର ସହ ଲଢେଇ କରୁଛି । ହସ୍ପିଟାଲରୁ ନେଇ ସ୍ମଶାନ ପର୍ଯ୍ୟନ୍ତ ହାହାକାର ପଡିଛି । କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ ତ କେଉଁଠି ଅକ୍ସିଜେନ । ଏସବୁ ଭିତରେ ଭାରତୀୟ ସେନା ମାତ୍ର ୫ ଘଂଟାରେ କୋଭିଡ ରୋଗୀଙ୍କ ପାଇଁ ୧ ଶହ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଦେଇଛି ।

ରାଜସ୍ଥାନ ବାଡମେର ଜିଲ୍ଲାରେ କ୍ରମାଗତ ଭାବେ ୫ ଦିନ ହେବ ୭୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ ମାନଙ୍କରେ ବେଡର ଅଭାବ ପଡୁଥିବା ବେଳେ ମୋର୍ଚ୍ଚା ସମ୍ଭାଳିଛି ସେନା । ସେନା ବାଡମେର ପ୍ରଶାସନର ସହାୟତାରେ ମାତ୍ର ୫ ଘଂଟା ମଧ୍ୟରେ ୧୦୦ ବେଡ ବିଶିଷ୍ଟ ମେଡିକାଲ ନିର୍ମାଣ କରିଛି ।

ପୁଣିଥରେ ଭାରତୀୟ ସେନା ଏଭଳି କିଛି କରିଦେଖାଇଛି ଯେଉଁଥିପାଇଁ ସେ ପୂର୍ବରୁ ବେସ୍ ଚର୍ଚ୍ଚିତ ରହିଛି । ବାଡମେର ପ୍ରଶାସନ ସେନାକୁ କହିଥିଲା କି କୋଭିଡ ସଂକ୍ରମଣକୁ ନେଇ ପୁରା ଜିଲ୍ଲା ପ୍ରଶାସନ ଏବେ ବେକାବୁ ହୋଇପଡିଛି । ଏପଟେ ଜିଲ୍ଲାର ସମସ୍ତ ହସ୍ପିଟାଲର ବେଡ ଫୁଲ ହୋଇଯାଇଛି । ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏଭଳି ଅବସ୍ଥାରେ ଜିଲ୍ଲା ପାଇଁ ଏକ ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକ ରହିଛି ।

ଏସବୁ ଶୁଣିବା ପରେ ସେନାର ୨୫ ଜଣ ଯବାନ ବୁଧବାର ସନ୍ଧ୍ୟା ୫ ଟାରେ ବାଡମେର ଠାରେ ଥିବା ସରକାରୀ ଇଂଜିନିୟରିଂ କଲେଜରେ ଏକ ଅସ୍ଥାୟୀ କୋଭିଡ ସେଣ୍ଟର ନିର୍ମାଣ କରିବା ଆରମ୍ଭ କରିଥିଲେ । ଅକ୍ଳାନ୍ତ ପରିଶ୍ରମ ପରେ ଏହା ରାତି ୧୦ ଟା ସୁଦ୍ଧା ଅସ୍ଥାୟୀ ହସ୍ପିଟାଲର ପ୍ରସ୍ତୁତ ଶେଷ ହୋଇଯାଇଥିଲା । ଯେଉଁଥିରେ ବେଡ ସହିତ ଅନ୍ୟାନ୍ୟ ସୁବିଧା ବି ଉପଲବ୍ଧ ରହିଛି ।