ପାକିସ୍ତାନକୁ ଚେତାବନୀ ଦେଲେ ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ! କହିଲେ, କୌଣସି ଦୁଃସାହସ କରିବାକୁ ଚେଷ୍ଟା ନକରୁ ପାକ୍ ନଚେତ୍ ଶବ ବୋହିବାକୁ କୋକେଇର ଅଭାବ ପଡିଯିବ ।

160

ଶତ୍ରୁଦେଶ ପାକିସ୍ତାନ ଦିନକୁ ଦିନ ବହୁରୂପୀ ଏଣ୍ଡୁଅ ଭଳି ନିଜ ରଙ୍ଗ ବଦଳାଉଛି । ପାକ୍ ସରକାର ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ ଜଣାଉଥିବା ବେଳେ ପ୍ରତ୍ୟକ୍ଷରେ ବିରୋଧ କରୁଥିବା କଥା କହୁଛି । ଏପରିସ୍ଥଳେ ସ୍ଥଳ ସେନାଧ୍ୟକ୍ଷ ବିପିନ୍ ରାୱତ୍ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି । ସେ ସ୍ପଷ୍ଟ କରି କହିଛନ୍ତି ଯେ , ଯଦି ପାକିସ୍ତାନ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତେବେ ପାକ୍ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କାରଗିଲ୍ ଯୁଦ୍ଧର ୨୦ ବର୍ଷ ପୂର୍ତ୍ତି ଦିବସ ଅବସରରେ ସେନାଧ୍ୟକ୍ଷ ବିପିନ୍ ରାୱତ୍ ଜମ୍ମୁ ଏବଂ କାଶ୍ମୀରର ଦ୍ରାସ ସେକ୍ଟରରେ ଗ୍ରାଉଣ୍ଡ ଜିରୋରେ ପହଁଚି ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେଠାରେ ରାୱତ କହିଥିଲେ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ଜରିଆରେ ଆମେ ସନ୍ଦେଶ ଦେଇଥିଲୁ ଯେ ଯଦି ପାକିସ୍ତାନ ନିଜ କୁଅଭ୍ୟାସରୁ ପଛକୁ ନ ହଟେ ତେବେ ଏଭଳି ଅନେକ ଷ୍ଟ୍ରାଇକର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଯାଉ । କାରିଗିଲ୍ ଭଳି ଯୁଦ୍ଧର ପୁନରାବୃତ୍ତି ହେବାକୁ ଆମେ ଦେବୁନାହିଁ ଯଦି ପାକ୍ ଏଭଳି କିଛି କରିବାକୁ ଆଗ୍ରହୀ ଅଛି ତେବେ ଭାରତୀୟ ସେନା ପାକ୍ ର ଆଗ୍ରହକୁ ଧରାଶାୟୀ କରିବାର ଶକ୍ତି ରଖୁଛି ।

ଆପଣଙ୍କୁ କହିରଖୁଛୁ ୧୯୯୯ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କାରଗିଲ୍ ଯୁଦ୍ଧ ହୋଇଥିଲା । ପାକ୍ ସେନା ନିୟନ୍ତ୍ରଣ ରେଖାକୁ ପାର୍ କରି ଭାରତରେ ପ୍ରବେଶ କରିଥିଲେ ଏବଂ ରଣନୈତିକ କ୍ଷେତ୍ର ଦୃଷ୍ଟିରୁ ଭାରତର ବିଭିନ୍ନ ଶୃଙ୍ଘକୁ ଅକ୍ତିଆର କରିଥିଲେ । ଯାହାପରେ ଭାରତର ବୀର ସୈନିକ “ଅପରେସନ୍ ବିଜୟ” ଆରମ୍ଭ କରି ଶତ୍ରୁଙ୍କ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡାଇଥିଲେ । ସେନା ପ୍ରମୁଖ ପାକ୍ କୁ କୌଣସି ଦୁଃସାହସ ନ କରିବା ପାଇଁ ଚେତାବନୀ ଦେଇ କହିଛନ୍ତି , ସୀମାରେ ଭାରତୀୟ ଯବାନ ଭାରତମାତାର ପ୍ରହରୀ ସାଜିଛନ୍ତି ତେଣୁ ପାକିସ୍ତାନ ଭୁଲରେ ବି କିଛି ଭୁଲ୍ କଲେ ସେ ସ୍ୱୟଂ ଜାଣିଛି ଯେ ଶବ ବୋହିବାକୁ ତା ପାଖରେ କୋକେଇର ଅଭାବ ପଡିଯିବ । ପୁଲୱାମାରେ କ’ଣ ହୋଇଥିଲା , କେମିତି ହୋଇଥିଲା ଏହାର ସମ୍ପୁର୍ଣ୍ଣ ଖବର ଆମ ପାଖରେ ରହିଛି ତେଣୁ କାହାର ପ୍ରରୋଚନାରେ କିମ୍ବା ବୟାନରେ ବିଚଳୀତ ହୋଇ ଆମେ କିଛି ଭୁଲ୍ କରିବୁ ଏହା କେବଳ ଏକ ସ୍ୱପ୍ନ ।