ସେନା ଦିବସରେ ଚୀନକୁ ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ, କହିଲେ ଏଭଳି କଥା

Advertisment
ସେନା ଦିବସରେ ଚୀନକୁ ଚେତାବନୀ ଦେଲେ ସ୍ଥଳସେନା ମୁଖ୍ୟ, କହିଲେ ଏଭଳି କଥା

କନକ ବ୍ୟୁରୋ : ସେନା ଦିବସ ଅବସରରେ ପୁଣିଥରେ ଚୀନକୁ ଚେତାବନୀ ଦେଇଛନ୍ତି ସ୍ଥଳସେନା ପ୍ରମୁଖ ଏମ ଏମ ନରଭଣେ । ନରଭଣେ କହିଛନ୍ତି କି ଚୀନ ଆଉ ଆମ ଧର୍ଯ୍ୟର ପରୀକ୍ଷା ନକରୁ । ସେ କହିଛନ୍ତି କି, ସୀମାରେ ଆମର ଯେଉଁ ପୂର୍ବସ୍ଥିତି ରହିଥିଲା ତାହାକୁ କୌଣସି ପରିସ୍ଥିତିରେ ବଦଳାଯାଇ ପାରିବ ନାହିଁ । ଏହାର କାରଣ ଭାବେ ସେ କହିଛନ୍ତି କି ଭାରତ ହେଉଛି ଧର୍ଯ୍ୟ ଓ ଆତ୍ମ ବିଶ୍ୱାସର ପ୍ରତୀକ ।

ଶନିବାର ଦିନ ୭୪ ତମ ସେନା ଦିବସ ଅବସରରେ ସ୍ଥଳସେନା ପ୍ରମୁଖ ନରଭଣେ ରାଜଧାନୀ ଦିଲ୍ଲୀ ସ୍ଥିତ କେଣ୍ଟ ଠାରେ ଥିବା କରିୟପ୍ପା ପ୍ୟାରେଡ ଗ୍ରାଉଣ୍ଡରେ ସୈନିକମାନଙ୍କୁ ସମ୍ବୋଧିତ କରିବା ଅବସରରେ କହିଥିଲେ କି ପୂର୍ବ ଏକବର୍ଷ ଭାରତୀୟ ସେନା ପାଇଁ ବେସ୍ ଚ୍ୟାଲେଞ୍ଜିଂ ଥିଲା । ପୂର୍ବ ଲଦାଖ ନିକଟ ଏଲଏସିର ସ୍ଥିତିକୁ ନେଇ ସେ କହିଥିଲେ କି ଏହି ଅଞ୍ଚଳରେ ଚୀନ ସେନା ସହିତ ବିଚ୍ଛିନତା ହୋଇସାରିଛି ଓ ଯାହାକି ଏକ ସକରାତ୍ମକ ପଦକ୍ଷେପ । ହେଲେ କୌଣସି ପରିସ୍ଥିତିରେ ଚୀନର ବିସ୍ତାରବାଦ ନୀତିକୁ ଭାରତ ଗ୍ରହଣ କରିପାରିବ ନାହିଁ ।

ଏଲଓସିର ସ୍ଥିତି ନେଇ ନରଭଣେ କହିଥିଲେ କି ଗତବର୍ଷ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରରେ ହୋଇଥିବା ବୈଠକ ପରେ ସ୍ଥିତିର ସର୍ବାଧିକ ସୂଧାର ଆସିଛି । ହେଲେ ଏବେ ବି ସୀମାରେ ପାକିସ୍ତାନର ୩୫୦-୪୦୦ ସେନା ମହଜୁଦ ଅଛନ୍ତି ଓ ସେମାନେ ଭାରତ ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା କଥା ନରଭଣେ କହିଛନ୍ତି । ଅନ୍ୟପଟେ ପାକିସ୍ତାନ ଏବେ ବି ଡ୍ରୋନ ମାଧ୍ୟମରେ ଡଗ୍ସ ସପ୍ଲାଏ କରୁଥିବା କଥା ସ୍ଥଳସେନା ପ୍ରମୁଖ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe