କନକ ବ୍ୟୁରୋ : ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଭାରତୀୟ ସୁରକ୍ଷା ବାହିନୀ ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ସକ୍ଷମ ବୋଲି କହିଛନ୍ତି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ   । ଦେଶର ସୁରକ୍ଷା ବିଭାଗ ଦିକୁ ଦିନ ମଜବୁତ ହେବା ସହ ନାଗରିକ ମାନଙ୍କ ରକ୍ଷା ପାଇଁ ସବୁବେଳେ ପ୍ରତିଶୃତିବଦ୍ଧ । ଦେଶର ଉତ୍ତର ସୀମାରେ ବର୍ତ୍ତମାନ ପାଇଁ ସବୁ ନିୟନ୍ତ୍ରଣରେ ଥିଲେ ମଧ୍ୟ ସ୍ଥିତି ସମ୍ବେଦନଶୀଳ ରହିଛି । । ଆସନ୍ନ ବିପଦକୁ ସାମ୍ନା କରିବା ପାଇଁ ଆମ ସେନା ବିଭାଗ ପାଖରେ ପଯ୍ୟାପ୍ତ ଅସ୍ତ୍ର ଶସ୍ତ୍ର ଥିବା ବେଳେ ସବୁବେଳେ ନୁଆ ପ୍ରଯୁକ୍ତି କୌଶଳ ବ୍ୟବହାର କରି ଆମେ ନିଜକୁ ପ୍ରସ୍ତୁତ ରଖିଛୁ ।

Advertisment

ଦେଶ ଆର୍ଥିକ କ୍ଷେତ୍ରରେ ପ୍ରଗତି କରୁଥିବା ସମୟରେ ଏହି ପ୍ରଗତିପଥରେ ଆମେ ଦେଶ ସେବା ପାଇଁ ସମ୍ପୂର୍ଣ୍ଣ ସଜାଗ । ଲାଦାଖର ପୁର୍ବ ଲଦାଖ ସୀମା ଅଂଚଳରେ ନୁହେଁ ବରଂ ଦେଶର ଆଭ୍ୟନ୍ତରୀଣ ମାମଲାରେ ମଧ୍ୟ ସୁର୍କ୍ଷା ପାଇଁ ଆମ ଜବାନ ଆଗଭର । ସୀମାରେ ଥିବା ବିବାଦକୁ ନେଇ ମନୋଜ ପାଣ୍ଡେ କହିଛନ୍ତି କି ଚୀନ ସହ ରାଜନୈତିକ ସ୍ତରରେ ଆମେ ଆମେ ଆଲୋଚନା ଜାରି ରଖିଥିବା ବେଳେ ୨୦୨୦ ଏପ୍ରିଲରେ ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ଆମେ ଏବେ ପ୍ରାଥମିକତା ଦେଉଛୁ ଏବଂ ଧିରେ ଧିରେ ଅନ୍ୟ ମାମଲା ଗୁଡିକ ଉପରେ ମଧ୍ୟ ଆଲୋଚନା କରି ସମାଧାନ କରିବୁ ।

ଜମ୍ମୁ – କଶ୍ମୀରର ଲାଗି ରହିଥିବା ଜଟିଳ ପରିସ୍ଥିତି ବାବଦରେ ଶ୍ରୀ ପାଣ୍ଡେ କହିଛନ୍ତି କି ମଝିରେ ମଝିରେ ଅନୁପ୍ରବେଶକାରୀ ମାନଙ୍କ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏଲ.ଓ.ସିରେ ଶାନ୍ତି ବଜାୟ ରଖି ସଂଘର୍ଷ ବିରାମର ଚେଷ୍ଟା ଲଗାତାର ଭାବେ ଚାଲିଛି । ଆଗ ଅପେକ୍ଷା ସୀମାରେ ହିଂସାର ପରିମାଣ କମିଛି । ବଢୁଥିବା ଆତଙ୍କବାଦ କାର୍ଯ୍ୟକଳାପକୁ ଆଖି ଆଗରେ ରଖି ଗୁପ୍ତ ସୂଚନା ସଂଗ୍ରହ କରିବା ଉପରେ ଯୋର ଦିଆ ଯାଉଛି ।ଏହା ଛଡା ଆଗକୁ ଯେପରି କୌଣସି ମାନବାଧିକାର ଉଲ୍ଲଂଘନ ନ ହୁଏ ସେ ନେଇ ଧ୍ୟାନ ରଖାଯିବ । ସୀମାର ହିଂସା କଥା ଆଲୋଚନା କରିବା ସହ ମଣିପୁରରେ ଶାନ୍ତି ବଜାୟ ରଖିବାର ପୁରା ଚେଷ୍ଟା ଜାରି ଅଛି । ପଡୋଶୀ ରାଷ୍ଟ୍ର ଭାବେ ଭୁଟାନ ସହ ଆମର ସମ୍ପର୍କ ଭଲ ହେଲେ ମଧ୍ୟ ଆମେ ଭୁଟାନ ଓ ଚୀନ ସମ୍ବନ୍ଧ ଉପରେ ନଜର ରଖିଛୁ । କିନ୍ତୁ ଲୁକାୟିତ ଭାବେ ମିୟାମାରର ଉଗ୍ରବାଦୀ ସଂଗଠନ ଭାରତ ସୀମା ପାଇଁ କ୍ଷତିକାରକ ଏଣୁକରି ଏହି ମାମଲା ଉପରେ ଆମେ ଆଗକୁ ଅଧିକ ଧ୍ୟାନ କେନ୍ଦ୍ରୀତ କରିବୁ ବୋଲି ଜଣାଇଛନ୍ତି ଜେନେରାଲ ପାଣ୍ଡେ ।