କନକ ବ୍ୟୁରୋ : ପାକିସ୍ତାନକୁ ନୂଆ ସେନାମୁଖ୍ୟଙ୍କ କଡା ଚେତାବନୀ, ସୀମାରେ ଛାୟା ଯୁଦ୍ଧ ବନ୍ଦ କର । ନଚେତ ପୁଣି ହେବ ସର୍ଜିକାଲ ଷ୍ଟ୍ରାଇକ୍ । ଜମ୍ମୁ-କଶ୍ମୀରରେ ପାକିସ୍ତାନ ଚଳାଇଥିବା ଛାୟା ଯୁଦ୍ଧ ନେଇ ଏହା କହିଛନ୍ତି ରାୱତ୍ । ସେନା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାୱତ ଏହା କହଛନ୍ତି ।
ଜମ୍ମୁ-କଶ୍ମୀରରେ ଲାଗି ରହିଥିବା ଅଶାନ୍ତି ପଛରେ ପାକିସ୍ତାନର ସମ୍ପୃକ୍ତି ରହିଛି । ଭାରତ ଓ ପାକ୍ ସୀମାରେ ପାକ୍ ଆତଙ୍କବାଦୀ ବାରମ୍ବାର ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ପାକ୍ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ପଣ୍ଡ କରୁଛି ଭାରତୀୟ ସେନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-14-09h00m16s554.png)