କନକ ବ୍ୟୁରୋ : ଚୀନ ଓ ଭାରତ ମଧ୍ୟରେ କିଛିଦିନ ହେବ ସୀମା ବିବାଦକୁ ନେଇ ଉତ୍ତେଜନା ଲାଗି ରହିଛି । ଏହି କ୍ରମରେ ଆଜି ଉଭୟ ଦେଶର କୋର କମାଣ୍ଡର ସ୍ତରୀୟର ଚର୍ତ୍ତୁଦଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଭାରତୀୟ ସେନା ପ୍ରମୁଖ ନରବଣେ କହିଛନ୍ତି କି, ସୀମାକୁ ନେଇ ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ବିବାଦର ଶେଷ ନିଷ୍ପତ୍ତି ଯଦି ଯୁଦ୍ଧ ହୁଏ ତେବେ ବିଜୟୀ ଆମେ ନିଶ୍ଚିତ ହେବୁ । ସେ ଆହୁରି କହିଛନ୍ତି କି, ପିପୁଲ ଲିବରେସନ ଆର୍ମି ସହ ଗତବର୍ଷ ଜାନୁଆରୀ ମାସରେ ଆଲୋଚନା ପରେ ପଶ୍ଚିମକ୍ଷେତ୍ରରେ ସକରାତ୍ମକ ବିକାଶ ହୋଇଛି । ଏହାସହ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ବିପଦ କମ ହୋଇଛି । ଏହାସହ ଭାରତ ତରଫରୁ ସେଠାରେ ସେନା ମୁତୟନ କରାଯାଇଛି ଓ ଆବଶ୍ୟକ ସୁରକ୍ଷା ଉପାୟ ବି ଅବଲମ୍ବନ କରାଯାଉଛି । ଅନ୍ୟପଟେ ପରମ୍ପରାଗତ ବିକାଶକୁ ଅଗ୍ରାଧିକାର ଦିଆଯାଉଛି ।
ଅନ୍ୟପଟେ ନରବଣେ କହିଛନ୍ତି କି ବିଭିନ୍ନ ସ୍ଥାନରେ ଆତଙ୍କବାଦୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆତଙ୍କବାଦ ମାମଲାରେ ଭାରତ ଜିରୋ ଟଲେରେନ୍ସ ନୀତି ଆପଣାଇଛି । ସେ କହିଛନ୍ତି କି ଲଦାଖର କିଛି ସ୍ଥାନରେ ଉଭୟ ଦେଶର ସେନାଙ୍କ ମଧ୍ୟରେ କିଛିଟା ସମସ୍ୟା ରହିଛି । ଏହାକୁ ନଜରରେ ରଖି ସେହିସବୁ ସ୍ଥାନମାନଙ୍କରେ ସେନା ମୁତୟନ କରାଯାଇଛି ।
#WATCH | "War or conflict is always an instrument of last resort. But if resorted to, we will come out victorious," says Army Chief Gen MM Naravane while answering a question regarding the situation on the northern border pic.twitter.com/s3zLt0U9S1
— ANI (@ANI) January 12, 2022
କହିରଖୁ କି ଚୀନ ଓ ଭାରତ ତରଫରୁ ଆଜି ସକାଳୁ ଚଶୁଲ-ମୋଲ୍ଦୋ ଠାରେ କୋର କମାଣ୍ଡ ସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଭାରତ ତରଫରୁ ଫାୟାର ଆଣ୍ଡ କ୍ୟୁରୀ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନରାଲ ଅନିନ୍ଧ୍ୟା ସେନଗୁପ୍ତ ବୈଠକରେ ଯୋଗଦେଇଛନ୍ତି । ଅନ୍ୟପଟେ ୩ ମାସ ପରେ ଭାରତ ଓ ଚୀନ ପୂର୍ବ ଲଦାଖରେ ୨୦ ମାସ ଧରି ଚାଲଇଥିବା ସେନା ଗତିରୋଧ ପ୍ରସଙ୍ଗରେ ସମାଧାନ କରିବାକୁ ଚେଷ୍ଟା କରାଯାଉଛି ।