ସିଏଜି ରିପୋର୍ଟରେ ସାଂଘାତିକ ସତ, ସେନାକୁ ମିଳୁନି ସରଂଜାମ । ଦୁର୍ଗମ ବରଫ ଅଂଚଳରେ ମୁତୟନ ଯବାନଙ୍କ ପ୍ରତି ଚରମ ଅବହେଳା । ଲେହ, ଲଦାଖ ଓ ସିଆଚିନରେ ଯବାନଙ୍କୁ ମିଳୁନି ପୋଷାକ, ଜୋତା ଓ ସ୍ନୋ-ଗ୍ଲାସ

ପୁରୁଣା ସରଂଜାମକୁ ୪ବର୍ଷ ଚଳାଉଛନ୍ତି ସିପା

281

କନକ ବ୍ୟୁରୋ: ଯାହା ଦେଶକୁ ସୁରକ୍ଷା ଯୋଗାଇ ଦେଉଥିବା ସେନା ପ୍ରତି ଚରମ ଅବହେଳାକୁ ହିଁ ଦର୍ଶାଉଛି । ଲେହ, ଲଦାଖ ଓ ସିଆଚିନ ଭଳି ବିପଦସଂକୂଳ ସ୍ଥାନରେ ମୁତୟନ ସେନା ପାଖରେ ନାହିଁ ଆବଶ୍ୟକ ପୋଷାକ, ଜୋତା, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସ । କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ- ସିଏଜି ତାଙ୍କ ରିପୋର୍ଟରେ ଏହା ସୂଚନା ଦେଇଛନ୍ତି । ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା କ୍ୟାଗ ରିପୋର୍ଟରେ ଏହି ସମ୍ବେଦନଶୀଳ ପ୍ରସଙ୍ଗଟି ସାମ୍ନାକୁ ଆସିଛି ।

ବରଫ ଅଂଚଳରେ ମୁତୟନ ହେଉଥିବା ଭାରତୀୟ ଯବାନଙ୍କ ପାଇଁ ୪ ବର୍ଷ ଯାଏଁ ପୋଷାକଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରରଣ ଯୋଗାଇ ଦିଆଯାଇନଥିଲା । ଅର୍ଥାତ ସମୁଦ୍ର ପତନଠାରୁ ପ୍ରାୟ ୧୬ରୁ ୨୨ ହଜାର ଫୁଟ ଉଚ୍ଚ ସିଆଚିନରେ ମୁତୟନ ହେଉଥିବା ଭାରତୀୟ ଯବନାଙ୍କୁ ୪ବର୍ଷ ପୁରୁଣା ସୁରକ୍ଷା ଉପକରଣ ସବୁ ବ୍ୟବହାର କରିବାକୁ ପଡୁଥିଲା । ରିପୋର୍ଟରେ କୁହାଯାଇଛି ନଭେମ୍ବର ୨୦୧୫ରୁ ସେପ୍ଟେମ୍ବର ୨୦୧୬ ମଧ୍ୟରେ ବରଫାଂଚଳରେ ମୃତୟନ ସୁରକ୍ଷାକର୍ମୀଙ୍କୁ ଦିଆଯାଇ ନଥିଲା ଜୋତା । ଫଳରେ ପୁରୁଣା ଜୋତାରେ ଯବାନଙ୍କୁ କାମ ଚଳାଇବାକୁ ପଡିଥିଲା ।

ପ୍ରତିରକ୍ଷା ବଜେଟରେ ଅଭାବ କାରଣରୁ ସେନା ପାଇଁ ପୁରୁଣା ଜାକେଟ୍, ଫେଓ ମାସ୍କ, ସ୍ଲିପିଙ୍ଗ ବ୍ୟାଗ ଓ ସ୍ନୋ-ଗ୍ଲାସରେ କାମ ଚଳାଇବାକୁ ପଡିଥିଲା । ଏଭଳି ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେଉଥିବା ଯବାନଙ୍କୁ ଉପଯୁକ୍ତ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ରାସନ ସାମଗ୍ରୀରେ ମଧ୍ୟ କାଂଟଛାଂଟ କରାଯାଇଥିଲା । ଦେଶର ସୀମାକୁ ସୁରକ୍ଷା ଯୋଗାଇ ଦେଉଥିବା ସେନାର ଚାହିଦା ପୂରଣରେ ଏଭଳି ଚରମ ଅବହେଳାକୁ ନେଇ କ୍ୟାଗ ତାଙ୍କ ରିପୋର୍ଟରେ ଟିପ୍ପଣୀ କରିଛନ୍ତି ।