ଭାରତ ଏବଂ ବାଂଲାଦେଶର ମିଳିତ ସମରାଭ୍ୟାସ ‘ସଂପ୍ରୀତି’ ଆରମ୍ଭ ।
ବଙ୍ଗଳାଦେଶୀ ସୈନିକ ଦେଖିବେ 'ଆତ୍ମନିର୍ଭରଶୀଳ ଭାରତ'ର ଶକ୍ତି
ଗତ ମଙ୍ଗଳବାର ଦିନ ଠାରୁ ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମେଘାଳୟର ଉମ୍ରୋଇଠାରେ ବାର୍ଷିକ ମିଳିତ ସମରାଭ୍ୟାସ ‘ସଂପ୍ରୀତି’ର ଏକାଦଶ ସଂସ୍କରଣ ଆରମ୍ଭ କରିଛନ୍ତି । ୨୦୦୯ ରେ ଆସାମର ଜୋରହାଟରୁ ଏହି ସୈନ୍ୟ ଅଭ୍ଯାସ ଆରମ୍ଭ ହୋଇଥିଲା । ଏହା ପରେ, ଉଭୟ ଦେଶ ୨୦୨୨ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଦଶଟି ସଫଳ ସମରାଭ୍ୟାସ କରି ସାରିଛନ୍ତି । ଯାହା ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମଧ୍ୟରେ ଦୃଢ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଏକ ପଦକ୍ଷେପ ।

Kanak News is now on WhatsApp
Join and get latest news updates delivered to you via WhatsApp
ସାମରିକ ମୁଖପାତ୍ରଙ୍କ କହିବାନୁସାରେ, ଏହି ୧୪ ଦିନିଆ ବ୍ୟାୟାମ ‘ସଂପ୍ରୀତି’ ରେ ଉଭୟ ସୈନ୍ୟବାହିନୀର ପ୍ରାୟ ୩୫୦ ଜଣ ସୈନିକ ଅଂଶଗ୍ରହଣ କରୁଛନ୍ତି । ଏହି ବ୍ୟାୟାମ ଦୁଇ ସୈନ୍ୟବାହିନୀ ମଧ୍ୟରେ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ସର୍ବୋତ୍ତମ ସାମରିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ସୂଚିତ କରେ । ୧୭୦ ଜଣିଆ ବାଂଲାଦେଶ ସୈନ୍ୟଦଳର ନେତୃତ୍ବ 52 ବାଂଲାଦେଶ ଇନଫେଣ୍ଟ୍ରିର ବ୍ରିଗେଡିୟର୍ ଜେନେରାଲ୍ ମହମ୍ମଦ ମାଫିଜୁଲ ଇସଲାମ ରଶେଦ କରୁଛନ୍ତି । ଭାରତୀୟ ଦଳରେ ମୁଖ୍ୟତ ରାଜପୁତ ରେଜିମେଣ୍ଟର ଗୋଟିଏ ବାଟାଲିୟନ ସାମିଲ ହେଇଛି । ଏହାର ନେତୃତ୍ବ ମାଉଣ୍ଟେନ୍ ବ୍ରିଗେଡ୍ କମାଣ୍ଡର ବ୍ରିଗେଡିୟର୍ ଏସ.କେ ଆନନ୍ଦ ନେଉଛନ୍ତି ।
ଅକ୍ଟୋବର୧୪ ଏବଂ ୧୫ ରେ ଆସାମର ଡାରାଙ୍ଗ ଫିଲ୍ଡ ଫାୟାରିଂ ରେଞ୍ଜରେ ସମାପନ ବ୍ୟାୟାମ ଅନୁଷ୍ଠିତ ହେବ । ବ୍ୟାୟାମ ସମୟରେ ଅଂଶଗ୍ରହଣକାରୀମାନେ “ଆତ୍ମନିର୍ଭରଶୀଳ ଭାରତ” ର ଶକ୍ତି ମଧ୍ୟ ଦେଖିବେ ।