ଗତ ମଙ୍ଗଳବାର ଦିନ ଠାରୁ ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମେଘାଳୟର ଉମ୍ରୋଇଠାରେ ବାର୍ଷିକ ମିଳିତ ସମରାଭ୍ୟାସ 'ସଂପ୍ରୀତି'ର ଏକାଦଶ ସଂସ୍କରଣ ଆରମ୍ଭ କରିଛନ୍ତି । ୨୦୦୯ ରେ ଆସାମର ଜୋରହାଟରୁ ଏହି ସୈନ୍ୟ ଅଭ୍ଯାସ ଆରମ୍ଭ ହୋଇଥିଲା । ଏହା ପରେ, ଉଭୟ ଦେଶ ୨୦୨୨ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଦଶଟି ସଫଳ ସମରାଭ୍ୟାସ କରି ସାରିଛନ୍ତି । ଯାହା ଭାରତ ଏବଂ ବାଂଲାଦେଶର ସୈନ୍ୟବାହିନୀ ମଧ୍ୟରେ ଦୃଢ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗର ଏକ ପଦକ୍ଷେପ ।
ସାମରିକ ମୁଖପାତ୍ରଙ୍କ କହିବାନୁସାରେ, ଏହି ୧୪ ଦିନିଆ ବ୍ୟାୟାମ 'ସଂପ୍ରୀତି' ରେ ଉଭୟ ସୈନ୍ୟବାହିନୀର ପ୍ରାୟ ୩୫୦ ଜଣ ସୈନିକ ଅଂଶଗ୍ରହଣ କରୁଛନ୍ତି । ଏହି ବ୍ୟାୟାମ ଦୁଇ ସୈନ୍ୟବାହିନୀ ମଧ୍ୟରେ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ସର୍ବୋତ୍ତମ ସାମରିକ ଅଭ୍ୟାସକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ସୂଚିତ କରେ । ୧୭୦ ଜଣିଆ ବାଂଲାଦେଶ ସୈନ୍ୟଦଳର ନେତୃତ୍ବ 52 ବାଂଲାଦେଶ ଇନଫେଣ୍ଟ୍ରିର ବ୍ରିଗେଡିୟର୍ ଜେନେରାଲ୍ ମହମ୍ମଦ ମାଫିଜୁଲ ଇସଲାମ ରଶେଦ କରୁଛନ୍ତି । ଭାରତୀୟ ଦଳରେ ମୁଖ୍ୟତ ରାଜପୁତ ରେଜିମେଣ୍ଟର ଗୋଟିଏ ବାଟାଲିୟନ ସାମିଲ ହେଇଛି । ଏହାର ନେତୃତ୍ବ ମାଉଣ୍ଟେନ୍ ବ୍ରିଗେଡ୍ କମାଣ୍ଡର ବ୍ରିଗେଡିୟର୍ ଏସ.କେ ଆନନ୍ଦ ନେଉଛନ୍ତି ।
ଅକ୍ଟୋବର୧୪ ଏବଂ ୧୫ ରେ ଆସାମର ଡାରାଙ୍ଗ ଫିଲ୍ଡ ଫାୟାରିଂ ରେଞ୍ଜରେ ସମାପନ ବ୍ୟାୟାମ ଅନୁଷ୍ଠିତ ହେବ । ବ୍ୟାୟାମ ସମୟରେ ଅଂଶଗ୍ରହଣକାରୀମାନେ “ଆତ୍ମନିର୍ଭରଶୀଳ ଭାରତ” ର ଶକ୍ତି ମଧ୍ୟ ଦେଖିବେ ।