କନକ ବ୍ୟୁରୋ: ସମ୍ବଲପୁର ବୁର୍ଲା ଥାନା ବାବୁବନ୍ଧରେ ସଶସ୍ତ୍ର ଡକାୟତି । ଏକ ରାଇସ ମିଲ୍ ମାଲିକଙ୍କ ଘରେ ପଶି ପଶି ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବତ୍ତ । ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ । ପରେ ପରିବାର ସଦସ୍ୟଙ୍କୁ ବାନ୍ଧି ୧୦୦ ଗ୍ରାମ ସୁନା ଅଳଙ୍କାର ଓ ନଗଦ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡ଼ିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାରର ଅଭିଯୋଗ ଅନୁଯାୟୀ ଛାନଭିନ ଚଳାଇଛି ପୋଲିସ ।
ସମ୍ୱଲପୁରରେ ସଶସ୍ତ୍ର ଡକାୟତି । ମିଲ୍ ମାଲିକଙ୍କ ପରିବାର ଲୋକଙ୍କୁ ବାନ୍ଧି କଳାକନା ବୁଲାଇଲେ ଦୁର୍ବୃତ୍ତ ।
/kanak/media/post_attachments/wp-content/uploads/2024/07/14-8.jpg)