କନକ ବ୍ୟୁରୋ : ବ୍ୟାଙ୍କରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ବନ୍ଧୁକ ଦେଖାଇ ଲୁଟିନେଲେ ୧.୧୯କୋଟି ଟଙ୍କା । ବିହାରର ହାଜିପୁରରେ ଥିବା ଏଚଡିଏଫସିର ଝାଦୁହା ଶାଖାରୁ ଦୁର୍ବୁତ୍ତମାନେ ଟଙ୍କା ଲୁଟ କରିଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବା ପରେ ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ ଗୁରୁବାର ସକାଳେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ବାସଭବନ ନିକଟରେ ଥିବା ଝାଦୁହାସ୍ଥିତ ଏଚଡିଏଫସି ବ୍ୟାଙ୍କର ଶାଖା ଖୋଲିବା ପରେ ୫ଜଣ ଦୁର୍ବୁତ୍ତ ଏଭଳି କାଣ୍ଡ କରିଥିଲେ । ପାଞ୍ଚଜଣ ଦୁର୍ବୁତ୍ତ ବାଇକରେ ଆସି ବ୍ୟାଙ୍କରେ ପ୍ରବେଶ କରିବା ସହ କର୍ମଚାରୀମାନଙ୍କୁ ଟଙ୍କା ଆଣିବାକୁ ଧମକ ଦେଇଥିଲେ । କର୍ମଚାରୀମାନେ ୧.୧୯ କୋଟି ଟଙ୍କା ଭର୍ତ୍ତି କରି ଆଣି ଦେବା ପରେ ଦୁର୍ବୁତ୍ତ ଟଙ୍କା ଧରି ସେଠାରୁ ଖସି ପଳାଇଥିଲେ । ଘଟଣା ପରେ ସୀମା ସିଲ କରିବା ସହ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି । ଏହା ପୂବରୁ ଗତ ସପ୍ତାହରେ ମଧ୍ୟ ଦୁଇଜଣ ସଶସ୍ତ୍ର ବ୍ୟକ୍ତି ମୁଜାଫରନଗରରେ ୬୫,୦୦୦ ଟଙ୍କା ବ୍ୟାଙ୍କରୁ ଲୁଟି ନେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Loot-3.jpg)