ଆଜି ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ  : ହିମାଳୟର ଉଚ୍ଚ ପାହାଡ ଘାଟିରୁ ଆରମ୍ଭ କରି ବସୁଧରାର ଉଚ୍ଚ ପାହାଡ ଉପରେ ଯୋଗ ଗଲେ ହୀମବୀର , ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଲା ଯବାନଙ୍କ ଯୋଗ ଅଭ୍ୟାସର ଚିତ୍ର

97

ଆଜି ଷଷ୍ଠ ଆନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଛି ଯବାନଙ୍କ ଯୋଗ ଅଭ୍ୟାସର ଚିତ୍ର । ହିମାଳୟର ଉଚ୍ଚ ପାହାଡ ଘାଟି ହେଉ କିମ୍ବା ସିକିମ୍ ର ସୁଉଚ୍ଚ ପାହାଡ, ଉତ୍ତରାଖଣ୍ଡର ଘାଟିରୁ ଲଦାଖର ବରଫ ଘାଟିରୁ ଆସିଛି ଭାରତୀୟ ଯବାନଙ୍କ ଯୋଗ କରିବାର ଚିତ୍ର । ବିଶ୍ୱ ଯୋଗ ଦିବସ ଅବସରରେ ଲଦାଖର ଉଚ୍ଚ ପାହାଡ ଉପରେ ଏକାଠି ହୋଇ ଯୋଗ କରିଛନ୍ତି ଆଇଟିବିପି ଯବାନ । ଦେଶର ସୁରକ୍ଷା ସହ ନିଜକୁ ସୁସ୍ଥ ଓ ନିରୋଗ ରହିବାର ବାର୍ତା ପ୍ରଦାନ କରିଛି ଏହି ଜବାନଙ୍କ ଯୋଗ । ସମୁଦ୍ର ପତନରୁ ୧୮ ହଜାର ଫୁଟ ଉପରେ ଲଦାଖରେ ବରଫ ପାହାଡ ଉପରେ କରାଯାଇଛି ଯୋଗ । ମାଇନସ୍ ୫ ଡିଗ୍ରୀ ତାପମାତ୍ରାରେ ଏଠାରେ ଯବାନମାନେ ଯୋଗ କରିଛନ୍ତି । ତରାଖଣ୍ଡର ଉଚ୍ଚ ପାହାଡ ଘାଟିରୁ ଆସିଛି ବିଶ୍ୱ ଯୋଗ ଦିବସର ଝଲକ ।

 

ଉତ୍ତରାଖଣ୍ଡର ବସୁଧରାରେ ଉଚ୍ଚ ପାହାଡ ଉପରେ ଯୋଗ ଅଭ୍ୟାସ କରିଛନ୍ତି ଆଇଟିବିପି ଯବାନ । ବସୁଧରା ହେଉଛି କେଦାରନାଥର ନିକଟବର୍ତୀ ଅଂଚଳ । ସମୁଦ୍ରପତନରୁ ଉଚ୍ଚତା ପ୍ରାୟ ୧୪ ହଜାର ଫୁଟରୁ ଅଧିକ । ଏଠାର ପ୍ରତିକୂଳ ସ୍ଥିତିରେ ଆଇଟିବିପି ଜବାନ ଦେଶର ସୁରକ୍ଷା ପାଇଁ ସବୁବେଳେ ନିଜ ଜୀବନକୁ ବାଜି ଲଗାଇଥାନ୍ତି । ସେହିପରି ଉତରାଖଣ୍ଡରୁ ବି ଆସିଛି ଯବାନଙ୍କ ଯୋଗ ଅଭ୍ୟାସ । ତଳେ ସବୁଜିମାର ଗାଲିଚା । ଉପରେ ସୁନୀଳ ଆକାଶ । ଉତ୍ତରାଖଣ୍ଡର ଏପରି ମନଲୋଭା ପ୍ରାକୃତିକ ପରିବେଶରେ ସ୍ଥଳ ଭାଗରେ ମୁତୟନ ଥିବା ଆଇଟିବିପି ଯବାନ କରିଛନ୍ତି ଯୋଗ ।

ପାହାଡର ପାଦ ଦେଶରେ ଶତାଧିକ ଯବାନ ଏକାଠି ସାମାଜିକ ଦୂରତା ରଖି କରିଛନ୍ତି ଯୋଗ ଅଭ୍ୟାସ । ସିକିମରେ ମୁତୟନ ଥିବା ଆଇଟିବିପି ଜବାନ ଉତର ସିକିମରେ ସମୁଦ୍ର ପତନରୁ ୧୮ ହଜାର ୮୦୦ ଫୁଟ ଉଚ୍ଚତାରେ ଯୋଗ କରିଛନ୍ତି । ପ୍ରତିକୂଳ ପରିବେଶରେ ହିମାଳୟର ହୀମବୀରଙ୍କ ଏପରି ଯୋଗ ସତରେ ଦେଖିବା ପରି । କେବଳ ସେତିକି ନୁହଁ ଜାମ୍ମୁକାଶ୍ମୀରରେ ସେନା କ୍ୟାମ୍ପରେ ଜବାନ ଯୋଗ କରିଥିବା ବେଳେ ଦେଶର ସେନା ବାହିନୀର ଅଶ୍ୱାରୋହୀ , ଘୋଡା ପିଠିରେ ବସି କରିଛନ୍ତି ଯୋଗ । ଷଷ୍ଠ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସେନା ବାହିନୀର ଏପରି ଯୋଗର ଚିତ୍ର ଅନେକଙ୍କୁ ଯୋଗ ଅଭ୍ୟାସ ପାଇଁ ପ୍ରେରଣା ଯୋଗାଇବ ।

Comments are closed.