ଖୋଲୁଛି ବଲିଉଡର ଡ୍ରଗ୍ସ କାରବାର ମାମଲାର ପେଡି, ଅଭିନେତା ଅରମାନ କୋହଲିଙ୍କ ଘରେ ଏନସିବିର ଚଢାଉ

137

କନକ ବ୍ୟୁରୋ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ବଲିଉଡରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିବାକୁ ଅଣ୍ଟା ଭିଡିଛି ଏନସିବି । ଅବଶ୍ୟ ଆରମ୍ଭରୁ ଯେଭଳି ଭାବେ ଆକ୍ସନମୋଡରେ ଏନସିବି ତଦନ୍ତ କରୁଥିଲା ଏବେ ତଦନ୍ତରେ ଟିକେ ଶିଥଳତା ଆସିଛି । ହେଲେ ଏନସିବି ତାର କାର୍ଯ୍ୟ ଜାରି ରଖିଛି । ଏହି ମାମଲାରେ ବଲିଉଡର ଅନେକ କଳାକାରଙ୍କୁ ଏନସିବି ପଚରା ଉଚରା କରିଥିବା ବେଳେ କିଛି କଳାକାର ବି ଏବେ ଜେଲରେ ରହିଛନ୍ତି । ଏହି କ୍ରମରେ ଏବେ ଏନସିବି ଏକ ବଡପଦକ୍ଷେପ ଗ୍ରହଣ କରିଛି । ବଲିଉଡ କଳାକାର ଅରମାନ କୋହଲିଙ୍କ ଘରେ ଚଢାଉ କରିଛି । କହିରଖୁ କି ଡ୍ରଗ୍ସ ମାମଲାରେ ପ୍ରଥମରୁ ଅରମାନ କୋହଲିଙ୍କ ନାମ ଆସିଥିଲା ।

ଏନସିବି ଅରମାନ କୋହଲିଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଚଢାଉ କରିଛି । ଏବେ ଦେଖିବାକୁ ବାକିଅଛି କି ଅରମାନଙ୍କ ଘରୁ ଏନସିବିକୁ କଣ ମିଳୁଛି । କହିରଖୁ କି ଅରମାନ କୋହଲି ବିଗ ବସ୍-୭ ର ଜଣେ କଣ୍ଟେଷ୍ଟାଣ୍ଟ ଥିଲେ । ସେତେବେଳେ ବି ସେ ବିବାଦ ଭିତରେ ଥିଲେ । ସେ ଦୁଷ୍ମନ ଜମାନା, କୋହରା, ବୀର, ଜାନୀ ଦୁଷ୍ମନ,ଏଲଓସି କାର୍ଗିଲ ଓ ପ୍ରେମ ରତନ ଧନ ପାଓ ଭଳି ଚଳଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ ।