କନକ ବ୍ୟୁରୋ : ପ୍ରଥମ ଶ୍ରେଶୀ କ୍ରିକେଟରେ ଡେବ୍ୟୁ କଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଗୋଆ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଛନ୍ତି ଅର୍ଜୁନ । ଆଉ ରାଜସ୍ଥାନ ବିପକ୍ଷ ପ୍ରଥମ ମ୍ୟାଚରେ ଅପରାଜିତ ରହିବା ପରେ ଅର୍ଜୁନଙ୍କ ତୁଳନା ସଚିନ ତେନ୍ଦୁଲକରଙ୍କ ସହ କରାଯାଉଛି । ଆଉ ଏହା ପଛର ବଡ କାରଣ ମଧ୍ୟ ରହିଛି ।

Advertisment

୧୯୮୮ରେ ସଚିନ ତେନ୍ଦୁଲକର ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚରେ ଡେବ୍ୟୁ କରିଥିଲେ । ଆଉ ରାଜସ୍ଥାନ ବିପକ୍ଷରେ ପ୍ରଥମଶ୍ରେଣୀ କ୍ରିକେଟରେ ଶତକ ହାସଲ କରିଥିଲେ ଅର୍ଜୁନ । ମାତ୍ର ୧୫ ବର୍ଷ ବୟସରେ ଏହି ଉପଲବ୍ଧି ହାସଲ କରିଥିଲେ ସଚିନ୍ । ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିବା ସହ ଘରୋଇ କ୍ରିକେଟରେ ସବୁଠୁ କମ ବୟସର କ୍ରିକେଟର ସାଜିଥିଲେ । ସଚିନ୍ ଏହି ମ୍ୟାଚରେ ଶତକ ସହ ଅପରାଜିତ ରହିଥିଲେ ।

ତେବେ ଦ୍ୱିତୀୟ ଇନିଂସରେ ସଚିନଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା ଏବଂ ମ୍ୟାଚଟି ଡ୍ର ହୋଇଥିଲା । ତେଣୁ ବାପାଙ୍କ ଭଳି ଅର୍ଜୁନ ମଧ୍ୟ ଡେବ୍ୟୁ ମ୍ୟାଚରେ ବଡ ସ୍କୋର କରିବାକୁ ଚାହିଁବେ । ଯେହେତୁ ଗୁଜରାଟ ବିପକ୍ଷରେ ଡେବ୍ୟୁ କରିଛନ୍ତି ତେଣୁ ସଚିନଙ୍କ ଭଳି ଅର୍ଜୁନ ମଧ୍ୟ ଶତକ ହାସଲ କରନ୍ତୁ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ ।