ମୁମ୍ବାଇ ଅଣ୍ଡର-୧୯ରେ ସାମିଲ ହେଲେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ବାପାଙ୍କ ଭଳି ଦେଶ ଲାଗି ଗୈାରବ ଆଣିବା ପାଇଁ ମନରେ ରଖିଛନ୍ତି ଆଶା

52

କନକ ବ୍ୟୁରୋ : ସାରା ଭାରତ ବର୍ଷରେ କ୍ରିକେଟ ଜଗତରେ ସଚିନ ତେନ୍ଦୁଲକରଙ୍କୁ ସମସ୍ତେ ଜାଣନ୍ତି । ସେ ଭାରତ ପାଇଁ ଅନେକ ଗୈାରବ ଆଣିଛନ୍ତି । ତେବେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କ୍ରିକେଟ ଜଗତକୁ ଓହ୍ଲାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ଅଣ୍ଡର ଟିମ-୧୯ ରେ ସେ ସାମିଲ ହୋଇଥିବା ଜମାପଡିଛି । ତେବେ ସେ ପ୍ରଥମକରି ସେପ୍ଟମ୍ବର ୧୬ରେ ଖେଳିବେ ବୋଲି ଜଣାପଡିଛି । ଏହାସହ ଅର୍ଜୁନ ଅଣ୍ଡର-୧୯ ଦିନିକିଆରେ ଶ୍ରୀଲଙ୍କା ବିପକ୍ଷରେ ଏକ ମ୍ୟାଚ ଖେଳିଥିଲେ ହେଲେ ସେ ଭଲ ପ୍ରଦର୍ଶନ କରିପାରିନଥିଲେ । ମୁମ୍ବାଇ କିକ୍ରେଟ ସଂଘର ସଚିବ ଉମେଶ ଖାନଭିଲକର ଏକ ବୟାନରେ କହିଛନ୍ତି ଯେ, ଏହି ଟିମର ସମସ୍ତ କଥା ସୁବେଦ ପାରକର କରିବେ । ତେବେ ଆଗାମୀ ଖେଳପାଇଁ ଏହି ଦଳ କିପରି ଭାବରେ ପ୍ରସ୍ତୁତ ହେବ ସେନେଇ ଅନେକ ଧ୍ୟାନ ଦିଆଯାଉଛି ବୋଲି ଉମେଶ କହିଛନ୍ତି ।

 

ଏହାପରେ ଜଣା ପଡିବ ଯେ, ଟିମ ପାଇଁ ଅର୍ଜୁନ କେତେ ମାତ୍ରାରେ ଲାଭ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବାମ ହାତରେ ଖେଳିଥାଆନ୍ତି । ତେବେ ସାରା ଭାରତ ଯେପରି ଭାବରେ ସଚିନଙ୍କ ଖେଲକୁ ପସନ୍ଦ କରୁଛନ୍ତି । ସେହିପରି ଭାବରେ ଅର୍ଜୁନଙ୍କ ଖେଳକୁ ଭଲ ପାଇବେ ନା ନାହିଁ ତାହା ଦେଖିବାକୁ ବାକିରହିଲା । ଯେଉଁ ସମୟରେ ସେ ମୁମ୍ବାଇର ଟିମରେ ଯୋଗ ଦେଲେ ସମସ୍ତେ ସେହି ସମୟରେ ଦେଶର ଅନେକ କ୍ରୀଡାପ୍ରେମୀ ସଚିନଙ୍କ ଭଳି ଅର୍ଜୁନ ମଧ୍ୟ ଦେଶର ନାମ ରଖିବେ ବୋଲି କହିଛନ୍ତି । ସମୟ କହିବ ବାପାଙ୍କ ଭଳି ପୁଅ ଦେଶ ପାଇଁ କେତେ ଗୈାରବ ସାଉଣ୍ଟୁଛନ୍ତି ।