କନକ ବ୍ୟୁରୋ : ବଲିଉଡର ଡ୍ରଗ୍ସଲିଙ୍କ୍ ଚେର କେତେ ବାଟ ଲମ୍ବିଛି ତାହା ଏବେ ବି ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ତା’ର ଚେର ପାଉନାହିଁ । ରିୟା ଚକ୍ରବର୍ତ୍ତି ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତି ଠାରୁ ଆରମ୍ଭ ହୋଇଥିବା ଖୋଳତାଡ ଏବେ ଅଭିନେତା ଅଜୁର୍ନ ରାମପାଲଙ୍କ ନିକଟରେ ପହଂଚିଲାଣି । ଏନସିବି ୩ ଦିନ ତଳେ ପ୍ରଥମେ ଅର୍ଜୁନଙ୍କ ମଚମ୍ବରଇ ସ୍ଥିତ ବାସଭବନରେ ଚଢାଉ କରିବା ପରେ କିଛି ସୁରାକ ପାଇ୍ଥିଲା । ଏହା ପରେ ଅର୍ଜୁନଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ଆଗିସିଲାସ ଡ୍ରେମେଟିଆଡେସ୍ ଙ୍କୁ ଜେରା କରିଥିଲା । ଏହା ବ୍ୟତିତ ଦୀପିକା ପାଦୁକନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ବି ଏନସିବି ପଚରା ଉଚରା କରିଥିଲା ।

Advertisment

ଅନ୍ୟପଟେ ଆଜି ଅର୍ଜୁନ ରାମପାଲଙ୍କୁ ଆଜି ଏନସିବି ପଚରା ଉଚରା କରିବାକୁ ଡାକିଛି । ସୂଚନା ଥାଉକି ଅର୍ଜୁନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ବଲିଉଡକୁ ଡ୍ରଗ୍ସ ସପ୍ଳାଏ କାରବାରରେ ସଂପୃକ୍ତ ଥିଲେ କି ସେମାନେ ନିଜେ ଡ୍ରଗ୍ସ ନେଉଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଏନେଇ ଏନସିବି ବଲିଉଡକୁ କିଭଳି ଡ୍ରଗ୍ସମୁକ୍ତ କରିବ ଓ ଏହି ରଙ୍ଗିନ ଦୁନିଆକୁ ଧୂଆଁମୟ କରିବାରେ ସାହାର୍ଯ୍ୟ କରୁଥିବା ଡ୍ରଗ୍ସ ପେଡଲର ମାନଙ୍କୁ ଧରିବ ସେ ନେଇ ପୁରା ଦମ୍ ଲଗାଇଛି ଏନସିବି ।