ଡ୍ରଗ୍ସ ଲିଙ୍କ ମାମଲାରେ ଦ୍ୱିତୀୟ ଥର ପାଇଁ ଏନସିବିରେ ହାଜର ହେଲେ ଅର୍ଜୁନ ରାମପାଲ ।  ବଲିଉଡ଼ ଅଭିନେତାଙ୍କୁ ଏନସିବିର ପଚରାଉଚରା । 

73

କନକ ବ୍ୟୁରୋ : ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ ଆଜି ଏନସିବି କାର୍ଯ୍ୟାଳୟରେ ପହଂଚିଥିଲେ । ଡ଼୍ରଗ୍ସ କନେକ୍ସନ ନେଇ ପଚରା ଉଚରା କରିଛି ଏନସିବି । ପୂର୍ବରୁ ଡ଼ିସେମ୍ବର ୧୬ ତାରିଖରେ ଏନସିବିରେ ହାଜର ପାଇଁ ଅର୍ଜୁନ ରାମପାଲଙ୍କୁ ସମନ ଜାରି କରିଥିଲା ଏନସିବି । ତେବେ ଜରୁରୀ କାମ ଥିବାରୁ  ଡ଼ିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ଅର୍ଜୁନ ରାମପାଲ ।

ତେବେ ତଦନ୍ତ ସମୟରେ ଏନସିବିକୁ ସହଯୋଗ କରିବେ ବୋଲି କହିଥିଲେ ଅର୍ଜୁନ ରାମପାଲ । ସୁଚନା ଅନୁସାରେ ଏନସିବିରେ ଦ୍ୱିତୀୟ ଥର ପାଇଁ ଆଜି ହାଜର ହୋଇଛନ୍ତି ଅର୍ଜୁନ ରାମପାଲ । ଏହା ପୂର୍ବରୁ ନଭେମ୍ବର ୧୩ ତାରିଖରେ ପଚରା ଉଚରା ପାଇଁ ହାଜର ହୋଇଥିଲେ । ତେବେ ଡ଼୍ରଗ୍ସ କନେକ୍ସନରେ ତାଙ୍କର ସମ୍ପୃକ୍ତି ନଥିବା କହିଛନ୍ତି ଅର୍ଜୁନ୍ ରାମପାଲ ।

ଏହା ପୂର୍ବରୁ ନଭେମ୍ବର ୯ତାରିଖରେ ଅର୍ଜୁନ ରାମପାଲଙ୍କ ଘରେ ଚଢଉ କରିଥିଲା ଏନସିବି । ଅର୍ଜୁନଙ୍କ ବାନ୍ଧବୀ ଗ୍ରାବିଏଲା ଏବଂ ତାଙ୍କ ଭାଇଙ୍କୁ ପଚରା ଉଚରା କରିଥିଲା ଏନସିବି । ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ଼୍ରଗ୍ସ ଲିଙ୍କ ନେଇ ଅନେକ ଅଭିନେତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିଲା ।