ଅର୍ଜୁନ କପୁର ଓ ମାଲାଇକା ଅରୋରା ଦୀର୍ଘ ଦିନ ହେବ ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଯଦିଓ ଦୁଇ ଜଣଙ୍କ ଭିତରୁ କେହି ହେଲେ ଖୋଲି କରି ଏହି କଥାକୁ ସ୍ୱୀକାର କରିନାହାନ୍ତି, ମାତ୍ର ଅନେକ ସମୟରେ ତାଙ୍କୁ ବଡ଼ ବଡ଼ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ସାମ୍ନାରେ ଏକତ୍ର ଦେଖିବାକୁ ମିଳିଛି। କେବଳ ଡେଟିଂରେ ଆଉ କଥା ନାହିଁ, କଥା ଯାଇ ବିବାହ ପାଖରେ ପହଞ୍ଚିଲାଣି। ଏହି ଦୁଇ କଳାକାର ପରସ୍ପରଙ୍କୁ ବିବାହ କରିପାରନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଖବର ପ୍ରକାଶ ପାଇଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବେଶି ଡେରି ନୁହେଁ, ଏହି ଦୁଇ କଳାକାର ଏବର୍ଷ ଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି।

Advertisment

publive-image

ଅର୍ଜୁନଙ୍କୁ ଏ ସଂପର୍କରେ ପଚରାଯିବାରୁ ସେ କଥାକୁ ଏଡ଼େଇ ଯାଇ କହିଛନ୍ତି, ‘ଯେତେବଳେ କିଛି ଘୋଷଣା କରିବାର ବେଳ ଆସିବ ସେତେବେଳେ ସମସ୍ତଙ୍କୁ ଜଣାପଡ଼ିଯିବ। ପୂର୍ବରୁ ଅର୍ଜୁନ କଳାକାରମାନଙ୍କ ଗୋପନୀୟତା ସଂପର୍କରେ ଏକ ସାକ୍ଷାତକାରରେ ଆଲୋଚନା କରି ନିଜ ମନର କଥା କହିଥିଲେ। ସେ କହିଥିଲେ ଯେ ଯେଉଁ କଳାକାର ନିଜର ଗୋପନୀୟତା ସଂପର୍କରେ କହିବେ ସେ ନିଶ୍ଚୟ ଭୁଲ୍ ଜାଗାରେ ଅଛନ୍ତି। କାହିଁକି ନା, ଆମେ ଏପରି ଏକ ଇଣ୍ଡଷ୍ଟ୍ରିରେ ଅଛୁ ଯେଉଁଠି ପ୍ରତିଦିନ ଆମ ଗୋପନୀୟତା ବିକ୍ରି ହୁଏ। ଏହା କହି ଅର୍ଜୁନ ଏକ ପ୍ରକାର ନିଜ ବ୍ୟକ୍ତିଗତ ଜୀବନ ସଂପର୍କରେ ସୂଚନା ଦେଇ ଦେଇଛନ୍ତି।