କନକ ବ୍ୟୁରୋ: ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦେହାନ୍ତ ପରେ ତାଙ୍କ ଅକାଳ ବିୟୋଗ ନେଇ ଶୋକ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅରିନ୍ଦମ ଜଣେ ଦୁଃସାହାସିକ ସାମ୍ବାଦିକ ଥିଲେ, ସାଧାରଣ ଖବରଠୁ ଆରମ୍ଭ କରି ବାତ୍ୟା କଭରେଜ ସବୁଥିରେ ସେ ନିଆରା ଥିଲେ ବୋଲି ନିରଞ୍ଜନ କହିଛନ୍ତି । ତେବେ ଆଜି ମୁଣ୍ଡଳୀ ବ୍ରିଜରୁ ହାତୀ ଉଦ୍ଧାର କରିବାକୁ ଯିବା ସମୟରେ ଅରିନ୍ଦମଙ୍କ ଏହି ଦେହାନ୍ତ ତାଙ୍କୁ ମର୍ମାହତ କରିଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଅନ୍ୟପଟେ ତାଙ୍କ ଭଳି ଜଣେ ଦୁଃସାହାସିକ, ସଚ୍ଚୋଟ ଓ ନିର୍ଭୀକ ସାମ୍ବାଦିକ ବିରଳ । ତାଙ୍କର ଦେହାନ୍ତ ରାଜ୍ୟର ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଅମର ଆତ୍ମାର ସଦଗତି ସହିତ ଶୋକସନ୍ତପ ପରିବାରବର୍ଗକୁ ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ।
Working journalist Arindam Das, who came from Keonjhar was celebrated for his work on some of Odisha’s most challenging news stories. His death is a tremendous loss for journalism in Odisha. It is unbelievable and heartbreaking! Rest in peace 🙏 pic.twitter.com/ehj1vssMDR
— Niranjan Patnaik (@NPatnaikOdisha) September 24, 2021
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମୁଣ୍ଡଳୀଠାରେ ହାତୀଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ ଟିମ୍ ପାଣି ଭିତରକୁ ଯାଇଥିଲା । ଏହି ସମୟରେ ଓଡ୍ରାଫ୍ ଟିମର ବୋଟ୍ ଓଲଟି ପଡିଥିଲା । ଏହି ବୋଟରେ ଓଡ୍ରାଫ୍ ଟିମ ସହିତ ଓଟିଭିର ଦୁଇ ସାମ୍ବାଦିକ ମଧ୍ୟ ରହିଥିଲେ । ହେଲେ ପାଣିର ପ୍ରଖୋର ସ୍ରୋତ ଭିତରେ ଅରିନ୍ଦମଙ୍କ ଅକାଳ ବିୟୋଗ ଘଟିଥଲା । ଏନେଇ ଏସସିବିର ମୁଖ୍ୟ ଚିକିତ୍ସାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/37-18.jpg)