କନକ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଅରିନ୍ଦମ ରାୟ । ସାଧାରଣ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦ ଛାଡିଲେ ଅରିନ୍ଦମ । ଇସ୍ତଫା ନେଇ ବିଜେଡି ସୁପ୍ରିମୋଙ୍କୁ ଲେଖିଲେ ଚିଠି । ଫେସବୁକ ପେଜରେ ଚିଠି ସେୟାର କରିଛନ୍ତି ଅରିନ୍ଦମ । ପୂର୍ବରୁ ଅରିନ୍ଦମଙ୍କ ରାଜନୈତିକ ଗତି ନେଇ ଚର୍ଚ୍ଚା ଲାଗି ରହିଥିଲା । ବିଜେପି ନେତା ପ୍ରକାଶ ବେହେରା ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବିଷ୍ଣବଙ୍କ ସହ ସାକ୍ଷାତ ବି କରିଥିଲେ ଅରିନ୍ଦମ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଅରିନ୍ଦମ ଏବେ ବିଜେଡିରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆହୁରି ଦୃଢ କରିଦେଇଛନ୍ତି । ତେବେ ସେ ଏବେ କେଉଁ ଦଳକୁ ଯିବେ ସେ ନେଇ ସ୍ପଷ୍ଟ ହୋଇନାହିଁ ।

Advertisment