ମନୋଜ ଭାଇ ଆସନ୍ତୁ ସମସ୍ୟା ସମାଧାନ କରିବା । ଓଲିଉଡ୍ ବିବାଦ ଭିତରେ ପ୍ରେସମିଟ୍ କଲେ ଅରିନ୍ଦମ । କହିଲେ ଏମିତି କଥା…

114

କନକ ବ୍ୟୁରୋ: ଓଲିଉଡ୍ ବିବାଦ ଭିତରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅଭିନେତା ଅରିନ୍ଦମ ରାୟ । ଅଭିନେତା ମନୋଜ ମିଶ୍ରଙ୍କୁ ଅରିନ୍ଦମ ଆହ୍ୱାନ ଦେବା ସହିତ ସବୁ କଥା ଭୁଲିଯିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଆମେ ଦୁଇ ଭାଇ ଏକାଠି ହେଲେ ସବୁ ସମସ୍ୟାର ସମାଧାନ ହେଇଯିବ । ବେକାରରେ ଏହି ଘଟଣାକୁ ନେଇ ରାଜନୀତି ହେଉଥିବା କଥା କହିଛନ୍ତି ଅରିନ୍ଦମ ରାୟ ।

ପ୍ରେସମିଟ୍ କରି ଆଜି ଅରିନ୍ଦମ କହିଛନ୍ତି ଯେ, ମନୋଜ ମିଶ୍ରଙ୍କ ଉପରେ ଯଦି କିଛି ବ୍ୟାନର ଚିଠି ନାହିଁ, ତେବେ ଏହି ବିବାଦ କାହିଁକି? ଦୁଇ ଜଣଙ୍କ ଝଗଡାକୁ ନେଇ ରାଜନୀତି ହେଲାଣି । ତେଣୁ ଆମ ପରିବାରର ସମସ୍ୟା ଆମେ ସମାଧାନ କରିବା ବୋଲି ଅରିନ୍ଦମ କହିଛନ୍ତି । ଅନ୍ୟପଟେ ଆମ ଇଣ୍ଡଷ୍ଟ୍ରୀକୁ ଆମେ ବଞ୍ଚେଇ ରଖିବା । ତେଣୁ ମନୋଜ ଭାଇ ଆସନ୍ତୁ, ଏବଂ ସମସ୍ୟାର ସମାଧାନ କରନ୍ତୁ ବୋଲି ଅରିନ୍ଦମ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମାଇଣ୍ଡଗେମ୍ ଏବଂ ରାମ୍ ଫିଲ୍ମକୁ ନେଇ ବିବାଦ ଛିଡା ହେଇଛି । ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ୍ କରାଇ ନଦେବା ଅଭିଯୋଗରେ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଛି ପ୍ରଯୋଜକ ସଂଘ । ଅନ୍ୟପଟେ ଏହି ବ୍ୟାନ୍ ପରେ ମନୋଜ ମିଶ୍ର ମଧ୍ୟ ପ୍ରଯୋଜକ ଟୁଟୁ ନାୟକଙ୍କୁ ନିଜ ତରଫରୁ ବ୍ୟାନ୍ କରିଛନ୍ତି । ଯେଉଁ ବିବାଦ କି ଏବେ ବଢିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ଅରିନ୍ଦମ ପ୍ରେସମିଟ୍ କରିବା ସହିତ ଏହି ଘଟଣାକୁ ଭୁଲି ସମାଧାନ କରିବାକୁ ମନୋଜ ମିଶ୍ରଙ୍କୁ ଆହ୍ୱାନ ଦେଇଛନ୍ତି ।