କନକ ବ୍ୟୁରୋ : ମତଦାନ ତାରିଖ ଯେତିକି ପାଖଉଛି, ପରାଚ ମଇଦାନ ସେତିକି ସରଗରମ ହେଉଛି । ଗାଁ ଗାଁରେ ଏବେ ସବୁ ଦଳର ହେଭିୱେଟ୍ ନେତାଙ୍କ ଭାଷଣ ଶୁଣିବାକୁ ମିଳିଛି । କୋରାପୁଟ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ସିନେତାରକା ଅରିନ୍ଦମ ରାୟ । କୋରାପୁଟ ଜିଲ୍ଲା ପରିଷଦରେ ପୂର୍ବଥର ଅପେକ୍ଷା ଚଳିତ ନିର୍ବାଚନରେ ବିଜେଡି ଅଧିକ ସିଟ ନେବ ।
ଏକଥା କହିଛନ୍ତି ବିଜେଡି ସାଧାରଣ ସଂପାଦକ ଅରିନ୍ଦମ ରାୟ । ଶୁଙ୍କି, ପେଟ୍ରୁ ଯାଉଥିବା ସମୟରେ କୁନ୍ଦୁଲି ହାଟରେ ପ୍ରଚାର କରିଛନ୍ତି ଅରିନ୍ଦମ । ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ପର୍ଯ୍ୟବେକ୍ଷକ ରମାକାନ୍ତ ରାଉଳ, ମହିଳା ସଭାନେତ୍ରୀ ଲତା ରାୟ ପ୍ରମୁଖ ତାଙ୍କୁ କୁନ୍ଦୁଲିରେ ସ୍ୱାଗତ କରିଥିଲେ । ସେମିଳିଗୁଡା ଜିଲ୍ଲା ପରିଷଦ ଜୋନ ଦୁଇର ବିଜେଡି ପ୍ରାର୍ଥୀ ରାଜୁ ନାୟକଙ୍କ ନିମନ୍ତେ କୁନ୍ଦୁଲି ହାଟରେ ପ୍ରଚାର କରି ଅରିନ୍ଦମ ଶୁଙ୍କି ଅଭିମୁଖେ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/21-6.jpg)