ପ୍ରେମରେ ପ୍ରେମରେ ପରେ ପୁଣି ଏକାଠି ନଜର ଆସୁଛନ୍ତି ହ୍ୟାଣ୍ଡସମ ହଙ୍କ୍ ଅରିନ୍ଦମ ଓ ଚୁଲବୁଲି ଶୀତଲ । ସାର୍ଥକ ପ୍ରଡକସନ୍ସର ଆଗାମୀ ମୁଭି ତୋର ଦିନେ କୁ ମୋର ଦିନେ ରେ ଏକାଠି ଅଭିନୟ କରୁଛନ୍ତି ଏହି ଯୋଡି । ଏହା ସହ ମୁଭିରେ ଓଲିଉଡର ଅନ୍ୟତମ ପପୁଲାର ଯୋଡି ଅମ୍ଲାନ ଓ ରୀୟାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସୁଧାଂଶୁ ମୋହନଙ୍କ ନିର୍ଦେଶିତ ଏହି ମୁଭିରେ ମ୍ୟୁଜିକ୍ କମ୍ପୋଜ କରିଛନ୍ତି ମଳୟ ମିଶ୍ର । ଫିଲ୍ମର ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା , ରତନ ମେହେର୍, ଅସିତ୍ ପତି ଓ ସାତ୍ୟକି ମିଶ୍ର । ଏହା ଭିତରେ ଫିଲ୍ମର କିଛି ଅଂଶ ସୁଟିଂ ମଧ୍ୟ ସରିଲାଣି । ତେବେ ଏହି ଯୋଡି ଦର୍ଶକଙ୍କୁ ବାନ୍ଧି ରଖିବାରେ କେତେ ସଫଳ ହେଉଛି ତାହା ଫିଲ୍ମ ରିଲିଜ ହେବା ପରେ ହିିଁ ଜଣା ପଡିବ ।
ଏହା ସହ ରୁପେଲି ପରଦାରେ ବୁଦ୍ଧିଆ ସିଂ : ରିଲିଜ୍ ହେଲା ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’ର ଟ୍ରେଲର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/06/Premare-Premare-OdiaInfo-7.jpg)