ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରିନ୍ଦମ: ନିର୍ବାଚନ ବେଳେ ଦଳ ଛାଡିଲେ ଓଲିଉଡ୍ ଷ୍ଟାର୍

Advertisment
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରିନ୍ଦମ: ନିର୍ବାଚନ ବେଳେ ଦଳ ଛାଡିଲେ ଓଲିଉଡ୍ ଷ୍ଟାର୍

କନକ ବ୍ୟୁରୋ: ଆଜି ବିଜେପି କାର୍ଯ୍ୟାଳୟରୁ ଏମିତି ଚିତ୍ର ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୀତିରେ ବଡ ଧରଣର ହଲଚଲ ସୃଷ୍ଟି କରିଛି । ଓଡିଆ ସିନେମା ଜଗତର ଚର୍ଚ୍ଚିତ ଚେହେରା, ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ଠିକ୍ ନିର୍ବାଚନ ପୂର୍ବରୁ ଶିବିର ପରିବର୍ତନ କରିଛନ୍ତି । ଅଭିନେତାରୁ ନେତା ବନିଥିବା ଅରିନ୍ଦମ ରୟ ଆଜି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ସବୁଜ ଉତରୀୟ ଓହ୍ଲାଇ ଦେଇ ମୁଣ୍ଡରେ ପିନ୍ଧିଛନ୍ତି ଗେରୁଆ ଟୋପି ।

ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ, ଏକଦା ବିଜେଡିର ଷ୍ଟାର ପ୍ରଚାରକ ଥିବା ଅଭିନେତା ଅରିନ୍ଦମ ରୟ ବିଜେଡି ଛାଡିଛନ୍ତି । ଫେସବୁକରେ ଏହି ସୂଚନା ଦେବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କୁ ଉତରୀୟ ଦେଇ ଦଳକୁ ପାଛୋଟି ନେଇଛନ୍ତି । ନିର୍ବାଚନ ବେଳେ ଅରିନ୍ଦମଙ୍କ ଏହି ନିଷ୍ପତି ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି –

୨୦୦୯ରେ ସେ ବିଜେଡିରେ ସାମିଲ ହୋଇଥିଲେ
୨୦୧୪ରେ ଷ୍ଟାର ପ୍ରଚାରକ ହୋଇଥିଲେ
ବିଭିନ୍ନ ନିର୍ବାଚନ ସମୟରେ ଦଳର ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ
ତେବେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇନଥିଲା
ସୁପ୍ରିମୋଙ୍କୁ ଦେଖା କରିବାର ସୁଯୋଗ ମଧ୍ୟ ମିଳିଲା ନାହିଁ

ପୂର୍ବରୁ ଅରିନ୍ଦମଙ୍କ କିଛି କାର୍ଯ୍ୟକଳାପ ମଧ୍ୟ ସେ ବିଜେପିରେ ଯୋଗ ଦେବା ନେଇ ସଂକେତ ଦେଇଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା । ବିଜେପି ନେତା ପ୍ରକାଶ ବେହେରାଙ୍କ ସହ ଭେଟଘାଟ ପରେ ଏହି ଚର୍ଚ୍ଚା ଆଗକୁ ବଢ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe