ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଲିଉଡ୍ ତାରକା ଅରିନ୍ଦମ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଏହି ହାଇପ୍ରୋଫାଇଲ ବାହାଘରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ମନ୍ତ୍ରୀ, ସାଂସଦ, ବିଧାୟକ, ରାଜନେତା ଓ ଅଫିସର ଯୋଗ ଦେଇଥିବାବେଳେ ଓଲିଉଡ୍ର କେତେକ କଳାକାର ମଧ୍ୟ ସାମିଲ ହୋଇଥିଲେ ।
ଅରିନ୍ଦମଙ୍କ ବାରାତ୍ କଟକରୁ ବାହାରି ଆସିବା ପରେ ଭୁବନେଶ୍ୱରର ହୋଟେଲ୍ ସାଣ୍ଡିଜ୍ ଟାଓ୍ଵାର୍ରେ ପହଞ୍ଚିଥିଲେ। ସେଠାରୁ ତାଙ୍କ ବାରାତ୍ ବାହାରିଥିଲା । ବରଯାତ୍ରୀ ଦଳରେ ସବ୍ୟସାଚୀ, ଶକ୍ତି ବରାଳ, ଗୁଡୁ, ଭିକାରୀ, ତପନ ଦା, ମନୋଜ ପ୍ରମୁଖ କଳାକାର ସାମିଲ ହୋଇଥିଲେ।
ଅନୁପାଙ୍କ ଘର ପକ୍ଷରୁ ବାହାଘର ଆୟୋଜନ କରାଯାଇଥିଲା ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ରେ । ସେଥିପାଇଁ ପୂରା ହୋଟେଲ୍ ପରିସରକୁ ସ୍ୱତନ୍ତ୍ର ଭାବେ ସାଜସଜ୍ଜା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ପହଞ୍ଚି ଅନୁପାଙ୍କୁ ବାହାଘର ଶୁଭେଚ୍ଛା ଜଣାଇଥିଲେ ।
ଅନ୍ୟମାନଙ୍କ ଭିତରେ ବାଚସ୍ପତି ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ଲାଲବିହାରୀ ହିମିରିକା, ଅତନୁ ସବ୍ୟସାଚୀ, ସୂର୍ଯ୍ୟ ନାରାୟଣ ପାତ୍ର, ଭୂପିନ୍ଦର ସିଂ, ସୁର ରାଉତରାୟ, ବସନ୍ତ ପଣ୍ଡା, ପ୍ରମିଳା ମଲ୍ଲିକ, ପ୍ରତାପ ଜେନା, ବିଶାଲ ଦେବ, ସଞ୍ଜୀବ ଚୋପ୍ରା, କେବି ସିଂହ, ତାରା ପଟ୍ଟନାୟକ, ତେଜେଶ୍ୱର ପରିଡ଼ା, ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ମୁନ୍ନା ଖାଁ, ଆକାଶ ଦାସନାୟକ ପ୍ରମୁଖ ବହୁ ଭିଆଇପି ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଦାସ ନିଜେ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ କରୁଥିଲେ । ପ୍ରାୟ ସାଢ଼େ ୧୦ଟାରେ ଅରିନ୍ଦମଙ୍କ ବାରାତ୍ ହୋଟେଲରେ ପହଞ୍ଚିବା ପରେ ବାହାଘର ସମ୍ପନ୍ନ ହୋଇଥିଲା। ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/ARINDAM-.jpg)