ଆଉ ଶୁଣିବାକୁ ମିଳିବନି ବଲିଉଡର ଲୋକପ୍ରିୟ ଗାୟକ ଅରିଜିତ୍ ସିଂଙ୍କ ରେଶମୀ ଭଏସ୍ । ଚଳିତ ବର୍ଷ ତାଙ୍କ କ୍ୟାରିୟରର ଶେଷ ବର୍ଷ ହୋଇପାରେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ନିଜେ ଅରିଜିତ୍ । ତେବେ ଅରିଜିତଙ୍କୁ ଏପରି କାହିଁକି ଲାଗୁଛି ଯେ ସଙ୍ଗୀତ ଦୁନିଆଁରେ ସେ ଆଉ ବେଶି ଦିନ ତିଷ୍ଠି ପାରିବେନି ତାହା ଏବେ ସମସ୍ତଙ୍କୁ ଝଟକା ଦେବା ସହ ଦ୍ୱନ୍ଦରେ ପକାଇଛି । କାରଣ ବଲିଉଡର ଟପ୍ ଗାୟକ ମାନଙ୍କ ମଧ୍ୟରୁ ଅରିଜିତ୍ ହେଉଛନ୍ତି ଅନ୍ୟତମ ।
୨୦୦୫ର ଲୋକପ୍ରିୟ ରିୟଲିଟି ସୋ ‘ଫେମ୍ ଗୁରୁକୁଲ୍’ରେ ନଜର ଆସିଥିଲେ ଅରିଜିତ୍ । ଯଦିଓ ଏହି ପ୍ରତିଯୋଗୀତା ସେ ଜିତି ପାରିନଥିଲେ କିନ୍ତୁ ‘ମର୍ଡର – ୨’ ଗାଇଥିବା ତାଙ୍କର ପ୍ରଥମ ଗୀତ ଲକ୍ଷ ଲକ୍ଷ ଶ୍ରୋତାଙ୍କ ହୃଦୟ ଜିତି ପାରିଥିଲା । ଆଉ ରାତା ରାତି ଷ୍ଟାର୍ ପାଲଟି ଯାଇଥିଲେ ଏହି ଯୁବ ଗାୟକ । ଏହା ପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ସେ ଚଢିଥିଲେ । ଏବେ ପ୍ରାୟ ସମସ୍ତ ସିନେମାରେ ଅରିଜିତଙ୍କ କଣ୍ଠ ଶୁଣିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Voice-of-heart-Arijit-singh-hd-image.jpg)