ସୁଲତାନରୁ ବାଦ ପଡିଲେ ଅରିଜିତ୍

Advertisment
ସୁଲତାନରୁ ବାଦ ପଡିଲେ ଅରିଜିତ୍

source- myapne.com

ମାନିଲେନି ଭାଇଜାନ୍ । ଶେଷରେ ସୁଲତାନ ଗୀତରୁ ଆଉଟ କଲେ ଅରିଜିତଙ୍କୁ । ସୁଲତାନର ବିବାଦୀୟ ଗୀତ ‘ଜଗ୍ ଘୁମୟା..’ମଙ୍ଗଳବାର ରିଲିଜ ହୋଇଛି । ହେଲେ ଏହି ଗୀତରୁ ବାଦ ପଡିଛନ୍ତି ସିଙ୍ଗିଙ୍ଗ୍ ଷ୍ଟାର ଅରିଜିତ୍ ସିଂ । କିଛି ଦିନ ତଳେ ଏକ ଆୱାର୍ଡ ଫଙ୍କସନରେ ସଲମାନ୍ ଓ ଅରିଜିତଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଅରିଜିତ ଫେସବୁକରେ ଭାଇଜାନଙ୍କୁ ଭୁଲ ମଧ୍ୟ ମାଗିଥିଲେ । ହେଲେ ଥଣ୍ଡା ପଡିନଥିଲା ସଲୁ ଭାଇଙ୍କ ରାଗ । ଯାହା ଆଶଙ୍କା ଥିଲା ସେଇଆ ହିଁ କଲେ ସଲମାନ । ରାଗ ସୁଝାଇଲେ ଅରିଜିତଙ୍କ ଉପରେ । ପ୍ରଥମେ ଅରିଜିତଙ୍କ କଣ୍ଠରେ ରେକର୍ଡ ହୋଇଥିବା ସୁଲତାନ ଫିଲ୍ମର ‘ଜଗ୍ ଘୁମୟା..’ ଗୀତକୁ ରିପ୍ଲେସ୍ କରି ରାହତ ଫତେଅଲ୍ଲୀ ଖାନଙ୍କ ଭଏସରେ ରେକର୍ଡ କରିଛନ୍ତି ସଲମାନ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe