ଡି ଲିଙ୍କ୍ ମାମଲା : ୬ ଦିନିଆ ରିମାଣ୍ଡରେ ସାର୍ପ ସୁଟର ଆରିଫ

19

ଭୁବନେଶ୍ୱର : ଧଳ ସାମନ୍ତ ବ୍ରଦର୍ସର ପ୍ରମୁଖ ସହଯୋଗୀ କୁହାଯାଉଥିବା ସାର୍ପ ସୁଟର ଆରିଫ ଖାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଛି କମିଶନରେଟ ପୋଲିସ । କୋର୍ଟଙ୍କ ନିକଟରେ ୧୦ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିଲା । ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ ନେଇ ଅଧିକ ଖୋଲତାଡ କରିବା ପାଇଁ ରିମାଣ୍ଡରେ ଆଣିଛି ପୋଲିସ । କାହିଁକି ଫାରୁକଙ୍କୁ ହତ୍ୟା କରାଯାଇଥିଲା ସେନେଇ ଅଧିକ ଯାଂଚ ଆରମ୍ଭ କରିଛି କମିଶନରେଟ ପୋଲିସ । ଫେରାର ଥିବା ଆରିଫ ଖାନକୁ କମିଶନରେଟ ପୋଲିସ ମଦୁରାଇର ଥିରୁଅନନ୍ତପୁରମରୁ ଗିରଫ କରିଥିଲା । ସେ ମୁଖ୍ୟତଃ ସୁପାରି କିଲର ଭାବେ କାମ କରୁଥିଲେ । ଡିବ୍ରଦର୍ସର ଅଧିକାଂଶ ହତ୍ୟା ପଛରେ ଏହାରି ହାତ ରହିଥିବା ସୂଚନା ଦେଇଥିଲେ କମିଶନର । ଏପରି ଆରିଫକୁ ଯାଂଚ କଲା ବେଳେ ତା ନିକଟରୁ ନକଲି ପରିଚୟ ପତ୍ର ମିଳିଥିଲା । ତା ନାଁରେ ତା ନାଁରେ ୩ଟି ମର୍ଡର କେସ ଓ ଦାଦାବଟି ମାମଲା ରହିଛି ।