ହେରାତରୁ ଦିଲ୍ଲୀକୁ ଆସୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାନରେ ଥିଲେ ୧୧୦ ଜଣ ଯାତ୍ରୀ, ଦୁର୍ଗମ ଅଞ୍ଚଳରେ ଦୁର୍ଘଟଣା ହୋଇଥିବାରୁ ମିଳିପାରୁନାହିଁ କୌଣସି ସ୍ପଷ୍ଟ ସୂଚନା ।

920

କନକ ବ୍ୟୁରୋ : ଆଫଗାନିସ୍ତାନରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ । ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରାନ୍ତରେ ସୋମବାର ଏହି ଦୁର୍ଘଟଣା ହୋଇଛି । ସୋମବାର ମଧ୍ୟାହ୍ନ ୧.୩୦ ମିନିଟରେ ଆଫଗାନିସ୍ତାନର ଏରିଆନା ଆଫଗାନ ଏୟାରଲାଇନ୍ସ କ୍ରାସ କରିଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳରେ ବିମାନଟି ଦୁର୍ଘଟଣାଗସ୍ତ ହୋଇଛି ସେଠାରେ ତାଲିବାନଙ୍କର ପ୍ରାର୍ଦୁଭାବ ଅଧିକ ରହିଛି । ତେବେ ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ, ଏରିଆନା ଆଫଗାନ୍ ଏୟାରଲାଇନ୍ସ ହେରାତରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୧୦ ଜଣ ଯାତ୍ରୀ ଆସୁଥିଲେ ବୋଲି ଜଣାପଡିଛି । ବିମାନଟିକୁ ରକେଟ ମାଡରେ ତାଲିବାନ ଆତଙ୍କବାଦୀ ଖସାଇ ଦେଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏପରିକି ଏଠାରେ ଶୀତ ଦିନରେ ଘନ କୁହୁଡି ଯୋଗୁଁ ପାଗ ଖରାପ ରହିଥାଏ ତେଣୁ ଏହା ମଧ୍ୟ ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।