କନକ ବ୍ୟୁରୋ: ମୋଡ ବଦଳୁଛି କି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ? ଗୋଟିଏ ପଟେ ସିବିଆଇ ତଦନ୍ତ କରୁଛି । ବିଜେପି ଏହି ପ୍ରସଙ୍ଗରେ ଆପର ସ୍ପଷ୍ଟୀକରଣ ମାଗୁଛି । ତେବେ କୌଣସି ଦୁର୍ନୀତି ହୋଇନି ବୋଲି କହି ଆପ୍ ନିରବ ରହିଛି । କିନ୍ତୁ ବିଜେପି ତଦନ୍ତର ଭୟ ଦେଖାଇ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରୁଛି ବୋଲି ଆପ୍ କହିଛି । ଯାହାକୁ ବିଜେପି ଖଣ୍ଡନ କରିଛି । ପ୍ରଶ୍ନ ହେଲା ଯଦି ଅବକାରୀ ନୀତିରେ ଦୁର୍ନୀତି ହୋଇନି ତାହେଲେ ଦିଲ୍ଲୀ ସରକାର କାହିଁକି ଅବକାରୀ ନୀତିକୁ ପ୍ରତ୍ୟାହାର କଲେ । ଯାହାର ଜବାବ ମାଗୁଛି ବିଜେପି ।
ମୋଡ ବଦଳୁଛି କି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ? ଗୋଟିଏ ପଟେ ସିବିଆଇ ତଦନ୍ତ କରୁଛି । ବିଜେପି ଏହି ପ୍ରସଙ୍ଗରେ ଆପର ସ୍ପଷ୍ଟୀକରଣ ମାଗୁଛି । ତେବେ କୌଣସି ଦୁର୍ନୀତି ହୋଇନି ବୋଲି କହି ଆପ୍ ନିରବ ରହିଛି । କିନ୍ତୁ ବିଜେପି ତଦନ୍ତର ଭୟ ଦେଖାଇ ବିଧାୟକଙ୍କୁ କିଣିବାକୁ ପ୍ରୟାସ କରୁଛି ବୋଲି ଆପ୍ କହିଛି । ଯାହାକୁ ବିଜେପି ଖଣ୍ଡନ କରିଛି । ପ୍ରଶ୍ନ ହେଲା ଯଦି ଅବକାରୀ ନୀତିରେ ଦୁର୍ନୀତି ହୋଇନି ତାହେଲେ ଦିଲ୍ଲୀ ସରକାର କାହିଁକି ଅବକାରୀ ନୀତିକୁ ପ୍ରତ୍ୟାହାର କଲେ । ଯାହାର ଜବାବ ମାଗୁଛି ବିଜେପି ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ଏବେ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ବିରୋଧୀ ବିଜେପି ତଥା କେନ୍ଦ୍ରର ଶାସକ ଦଳ ନାଁରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣୁଛି । ପ୍ରଥମେ ସିସୋଦିଆଙ୍କୁ ବିଜେପି ଟଂକା ଅଫର କରି ଦଳକୁ ଭାଙ୍ଗିବାର ପ୍ରୟାସ କରିଥିବା ଅଭିଯୋଗ ଆଉ ଏବେ ବିଧାୟକଙ୍କୁ ତଦନ୍ତ ଭୟ ଦେଖାଇ କୋଟି କୋଟି ଟଙ୍କା ଦେଇ କିଣିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ଆଣିଛି ଆମ୍ ଆଦମୀ ପାର୍ଟି । ଅଜୟ ଦତ, ସଞ୍ଜୀବ ଝା, ସୋମନାଥ ଭାରତୀ ଏବଂ କୁଲଦୀପ କୁମାରଙ୍କୁ ୨୦ କୋଟି ଟଙ୍କାର ଅଫର । ଯଦି ଅନ୍ୟ ବିଧାୟକଙ୍କୁ ବିଜେପିକୁ ଆଣିବେ ୨୫ କୋଟି ଟଙ୍କାର ଅଫର ଆସିଥିବା କହିଛନ୍ତି ସଞ୍ଜୟ ସିଂହ । ଏକାଥରେ ଦଳର ତୁଙ୍ଗ ନେତା ଏକାଠି ହୋଇ ପ୍ରେସମିଟ ଜରିଆରେ ବିଜେପି ବିରୋଧରେ ଅଭିଯୋଗ ଆଣିଛି । ଆଉ ଏସବୁର ପ୍ରମାଣ ରହିଛି ବୋଲି ଆପ୍ ଦାବି କରିଛି । ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଛି । କୌଣସି ମୁହୂର୍ତରେ ବଡ ନେତା ଗିରଫ ହେବାର ସମ୍ଭାବନା ରହିଛି । ଆଉ ବିଜେପି ନାଁରେ ମଧ୍ୟ ସିରିଜ ଅଭିଯୋଗ ଆଣି ଘେରୁଛି ଆପ୍ ।
ଆମ୍ ଆଦମୀ ପାର୍ଟି ବିଜେପିକୁ ଘେରିବା ପରେ କେନ୍ଦ୍ରର ଶାସକ ଦଳ ମଧ୍ୟ ଆକ୍ରମଣାତ୍ମକ ମୁଡକୁ ଆସିଛି । ଦସ୍ତାବିଜ ଦେଖାଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ମୁଖପାତ୍ର ସମ୍ବିତ ପାତ୍ର । ବିନା ଟେଣ୍ଡରରେ ମଦ ଲାଇସେନ୍ସ ପାଇଁ ଅନୁମତି ଦିଆଯାଇଥିବା ବିଜେପି କହିଛି । ଦୁର୍ନୀତି ଅଭିଯୋଗ ଆସିବା ପରେ ଆପ୍ ଭିତିହୀନ କଥା କହୁଥିବା କହିଛନ୍ତି ସମ୍ବିତ । ଅଣ ବିଜେପି ଶାସିତ ରାଜ୍ୟର ନେତାଙ୍କୁ ଏବେ ଘାରିଛି ସିବିଆଇ-ଇଡି ଭୟ । ଆଉ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲଗାଇ କେନ୍ଦ୍ର ଆକ୍ରୋଶ ରାଜନୀତି କରୁଛି ବୋଲି ବିରୋଧୀ କହିଛନ୍ତି । ହେଲେ ଏଯାବତ ଯେଉଁ ଦୁର୍ନୀତି ଅଭିଯୋଗ ଆସିଛି ସେ ନେଇ ନିରବ ରହୁଛି ଆପ୍ ।