ଲୋକଙ୍କ ନିଦ ହଜାଇଲେଣି ଭଂଜନଗର ଚଢ଼େୟାପଲ୍ଲୀ ଓ ଜିରାବାଡ଼ି ଅଂଚଳରେ ହାତୀପଲ୍ଲ: ହାତୀ ଘଉଡ଼ାଇବାକୁ ନେଇ ଦୁଇ ବନକର୍ମଚାରୀଙ୍କ ମଧ୍ୟର ଛକାପଞ୍ଝା

66

କନକ ବ୍ୟୁରୋ: ଭଂଜନଗର ଭୂବନେଶ୍ୱର ମୁଖ୍ୟରାସ୍ତାର ଚଢ଼େୟାପଲ୍ଲୀ ଓ ଜିରାବାଡ଼ି ଅଚଂଳରେ ହାତୀପଲ୍ଲ । ଚାଷିଙ୍କ ନିଦ ହଜାଇ ଦେଲାଣି । ବନକର୍ମଚାରୀ ନିଜ ବନାଚଂଳରୁ ହାତୀକୁ ଘଉଡ଼ାଇବାକୁ ନେଇ ଘୁମୁସର ଉତର ବନଖଣ୍ଡର ଜଗନ୍ନାଥପ୍ରସାଦ ରେଜଂର କର୍ମଚାରୀ ଓ ଘୁମୁସର ବନଖଣ୍ଡର ଦଖିଣ ବନଖଣ୍ଡର ବୁଗୁଡ଼ା ରେଜଂର କର୍ମଚାରୀ ମଧ୍ୟରେ ହାତୀ ଘଉଡ଼ାଇବାକୁ ନେଇ ଛକାପଝାଂ । ପରିସ୍ଥିତି ଉପୁଜିଛି । ଏପରିକି ଦୁଇ ରେଜଂର କର୍ମଚାରୀ ମଧ୍ୟରେ ପାଟିତୁଣ୍ଡ ଓ ଗଣ୍ଡଗୋଳ ପରିସ୍ଥିତି ଉପୁଜିଛି । ଏହି ବନ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମତାନ୍ତର ହେତୁ କ୍ଷତି ସହୁଛନ୍ତି ଅଚଂଳର ଚାଷି ।

ଗତ କିଛି ଦିନ ହେବ ବୁଗୁଡ଼ା ରେଜଂର ବୁଡ଼ୁରୁଙ୍ଗୁ, ଶିଷୁଣ୍ଡା, କୁମୁଟିଜିରାବାଡ଼ି ଆଦି ଅଚଂଳରେ ୧୩ଟିକିଆ ହାତୀ ପଲ୍ଲ ଚାଷିଙ୍କ ଧାନ କ୍ଷେତରେ ପଣି ବ୍ୟାପକ କ୍ଷତି କରୁଛନ୍ତି ।ତେଣୁ ବୁଗୁଡ଼ା ରେଜଂର ଗାର୍ଡ଼ ଓ ସ୍କାର୍ଡ଼ ଟିମ୍ ହାତୀକୁ ଘଉଡ଼ାଇ ଜଗନ୍ନାଥପ୍ରସାଦ ରେଜଂର ଜଙ୍ଗଲକୁ ଛାଡୁଛନ୍ତି । ସେପଟେ ଜଗନ୍ନାଥପ୍ରସାଦ ରେଞ୍ଜର କର୍ମଚାରୀ ମାନେ ହାତୀକୁ ନିଜ ବନାଚଂଳରେ ପ୍ରବେଶ କରାଇନଦେବା ପାଇଁ ବାଣ ପୁଂଟାଇ ହାତୀକୁ ଘଉଡ଼ାଉଛନ୍ତି । ଫଳରେ ହାତୀ ଉଭୟ ରେଜଂର ମଧ୍ୟାଚଂଳରେ ରହି ଚାଷିଙ୍କ ବ୍ୟାପକ କ୍ଷତି କରୁଛନ୍ତି ।

ଏପରିକି ଦିନେ ଦିନେ ହାତୀ ପଲ୍ଲ ଭୂବନେଶ୍ୱର ଭଂଜନଗର ମୁଖ୍ୟ ରାସ୍ତା ଉପରେ ରହିଯିବାରୁ ଭୂବନେଶ୍ୱର ଓ ଭଂଜନଗର ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇପଡ଼େ । ଏଭଳି ପରିସ୍ତିତି ଯୋଗୁଁ ସେହି ଅଚଂଳର ଲୋକେ ସଂନ୍ଧ୍ୟା ପୂର୍ବରୁ ନିଜ ନିଜ ଘରକୁ ପେଂରିଯାଆନ୍ତି । ସେପଟେ ହାତୀ ଦାଉରୁ କିପରି ନିଜ ପଂସଲକୁ ରକ୍ଷା କରିବେ, ତାକୁ ନେଇ ରାତି ଉଜାଗର ହେଉଛନ୍ତି ସେହି ଅଚଂଳର ଚାଷି । ନିଆଁହୁଳା ଧରି ନିଜ ଧାନ କ୍ଷେତକୁ ଚାଷି ଜଗୁଥବା ବେଳେ ନିଜ ମୁଣ୍ଡ ଉପରୁ ବନକର୍ମଚାରୀ ମାନେ ଦୋଷ ତୁଟାଇବାକୁ ଯାଇ ହାତୀକୁ ଏପଟୁ ସେପଟକୁ ଓ ସେପଟୁ ଏପଟକୁ ଘଉଡ଼ାଇବା ଦ୍ୱାରା ହାତୀ ରାଗିଯାଇ ଧାନ କ୍ଷେତରେ ବ୍ୟାପକ ଦଳାଚକଟା କରି ନଷ୍ଟ କରିଥାଏ । ଉଭୟ ବନଖଣ୍ଡର ଡ଼ିଏଫଓ ଘଟଣାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି ।