ବିଏମସି ବୈଠକରେ ବଡ ହଙ୍ଗାମା । ମେୟରଙ୍କ ଉପସ୍ଥିତିରେ ବିଜେଡି କର୍ପୋରେଟରଙ୍କ ଭିତରେ କଥା କଟାକଟି । ବୈଠକ ବର୍ଜନ କଲେ ବିଜେପି କର୍ପୋରେଟର ।

ବିଏମସି ବୈଠକରେ ବଡ ହଙ୍ଗାମା । ମେୟରଙ୍କ ଉପସ୍ଥିତିରେ ବିଜେଡି କର୍ପୋରେଟରଙ୍କ ଭିତରେ କଥା କଟାକଟି । ବୈଠକ ବର୍ଜନ କଲେ ବିଜେପି କର୍ପୋରେଟର ।

କନକ ବ୍ୟୁରୋ : ଶାଳୀନତା ଭୁଲିଗଲେ କର୍ପୋରେଟର । ବିଏମସି ନୂଆ କାର୍ଯ୍ୟାଳୟରେ ବସିଥିବା ବଜେଟ୍ ବୈଠକ ବେଳେ ହଙ୍ଗାମା ଦେଖିବାକୁ ମିଳିଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ବିଜେଡି କର୍ପୋରେଟରଙ୍କ ମଧ୍ୟରେ କଥା କଟାକଟି ହେଉଥିବାର ଭିଡିଓ ସାମ୍ନାକୁ ଆସିଛି ।

ମେୟର ବାରମ୍ବାର ତାଗିତ କରିବା ସତ୍ୱେ କେହି କାହାରିକୁ ଖାତିର୍ ନକରି ଗାଳି ଗୁଲଜ କରିବା ଜାରି ରଖିଥିଲେ । ଏପଟେ ବଜେଟ ବୈଠକକୁ ବର୍ଜନ କରି କାର୍ଯ୍ୟାଳୟରୁ ବାହାରି ଆସି ପ୍ରତିବାଦ କରିଥିଲେ ବିଜେପି କର୍ପୋରେଟର । ନୂଆ ବିଲ୍ଡିଂକୁ ଅଫିସ ସ୍ଥାନାନ୍ତର ହେବା ପରେ ଆଜି ପ୍ରଥମଥର ପାଇଁ କର୍ପୋରେଟରଙ୍କୁ ନେଇ ବୈଠକ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe