ଇତିହାସ ରଚିଲେ ଲିଓନେଲ ମେସି । ଅଷ୍ଟ୍ରେଲିଆକୁ ହରାଇ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା ।

164

କନକ ବ୍ୟୁରୋ:  ଫିଫା ୱାର୍ଲ୍ଡ କପ୍-୨୦୨୨ ସିଜିନ୍ ଏବେ ବେଶ୍ ରୋମାଞ୍ଚକର ହେବାରେ ଲାଗିଛି । ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲାରେ ଲିଓନେଲ ମେସିଙ୍କ ଟିମ୍ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୧ ଗୋଲରେ ହରାଇଛି । ଏହି ବିଜୟ ସହ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ।

 ଏହି ମ୍ୟାଚ୍ ସହ ଇତିହାସ ରଚିଛନ୍ତି ଫୁଟବଲ ସେନ୍ସେସନ୍ ଲିଓନେଲ ମେସି । ଏହା ତାଙ୍କ କ୍ୟାରିଅରର ଓଭରଅଲ ୧ ହଜାର ମ୍ୟାଚ୍ । ମେସି ବିଶ୍ୱ କପ୍ ଇତିହାସରେ ୯ ତମ ଗୋଲ ଦେଇଛନ୍ତି । ଏହା ସହ ମେସି ବିଶ୍ୱ କପ୍ ଇତିହାସରେ ସବୁଠାରୁ ଅଧିକ ଗୋଲ ଦେଇଥିବା ଆର୍ଜେଣ୍ଟିନା ଖେଳାଳୀ ବନିଯାଇଛନ୍ତି । ଏହାସହ ସେ ମାରାଡୋନାଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ଅଷ୍ଟ୍ରେଲିଆ ସହ ମ୍ୟାଚରେ ପ୍ରଥମ ଗୋଲ୍ ମେସି ହିଁ ଦେଇଥିଲେ । ମାତ୍ର ୩୫ ମିନିଟରେ ସେ ଗୋଲ୍ ଦେଇଥିଲେ ।