ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ । ୩ ମୃତ, ୧୫୭ ଯାତ୍ରୀ ଆହତ

Advertisment
ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ । ୩ ମୃତ, ୧୫୭ ଯାତ୍ରୀ ଆହତ

କନକ ବ୍ୟୁରୋ : ତୁର୍କୀର ରାଜଧାନୀ ଇସ୍ତାନବୁଲ ଏୟାରପୋର୍ଟ ରନ୍‌ୱେରେ ଗତକାଲି ଏକ ବଡ଼ ଦୁର୍ଘଟଣା ଘଟିଛି। ୧୭୭ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଭାରସାମ୍ୟ ହରାଇଥିଲା ଏବଂ ରନ୍‌ୱେ ବାହାରକୁ ଚାଲିଯାଇ ଏହା ୩ ଖଣ୍ଡ ହୋଇଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ୧୨ ଜଣ ଶିଶୁ ମଧ୍ୟ ଅଛନ୍ତି। ପେଗାସସ ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ଦୁର୍ଘଟଣା ପରେ ନିଆଁ ଲାଗିଯାଇଛି। ପ୍ରତିକୂଳ ପାଣିପାଗ ଯୋଗୁଁ ବିମାନଟି ଅବତରଣ ସମୟରେ ଏଭଳି ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe