ଆସନ୍ତା ୨୯ ଓ ୧ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଜୟପୁର ଓ କଳାହାଣ୍ଡିରେ କରିବେ ନିର୍ବାଚନୀ ସଭା

Advertisment

କନକ ବ୍ୟୁରୋ: ନିର୍ବାଚନର ପ୍ରାର୍ଥୀ ଘୋଷଣା ନେଇ ସବୁ ଦଳ ଭିତରେ ଛକାପଞ୍ଝା ଜାରି ରହିଥିଲା ବେଳେ ବିଜେପି ପକ୍ଷରୁ ପ୍ରଚାର ଅଭିଯାନ ଜୋର୍‌ଦାର୍ କରିବା ଲାଗି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଗସ୍ତକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏହି ଦୁଇ ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୨୯ ତାରିଖରେ ଜୟପୁରରେ ଏକ ସାଧାରଣ ସଭାରେ ସେ ଯୋଗ ଦେବେ। ତାହା ପରେ ୧ ତାରିଖରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ନିର୍ବାଚନୀ ସଭାକୁ ମୋଦୀ ଉଦ୍‌ବୋଧନ ଦେବେ। ବିଜେପିର ଆହୁରି ଅନେକ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଚାର ନିମନ୍ତେ ଓଡ଼ିଶା ଆସିବେ।

publive-image

ଆସନ୍ତା ୨୬ ତାରିଖରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂହ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେହିପରି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ, ଶକ୍ତି ମନ୍ତ୍ରୀ ରାଜ କୁମାର ସିଂହ, ସାଂସଦ ତଥା ବିଜେପି ଜନଜାତି ମୋର୍ଚ୍ଚା ସଭାପତି ରାମବିଚାର ନେତମ ଓ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ପ୍ରମୁଖ ଚଳିତ ମାସରେ ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସମାବେଶ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe